ETV Bharat / state

ମୟୂରଭଞ୍ଜରେ ଆଜି ନୂଆ 418 ଆକ୍ରାନ୍ତ ଚିହ୍ନଟ

ଆଜି(ରବିବାର) ମୟୂରଭଞ୍ଜରେ ନୂଆ 418 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 16, 2021, 10:01 AM IST

ମୟୂରଭଞ୍ଜରେ ଆଜି ନୂଆ 418 ଆକ୍ରାନ୍ତ ଚିହ୍ନଟ
ମୟୂରଭଞ୍ଜରେ ଆଜି ନୂଆ 418 ଆକ୍ରାନ୍ତ ଚିହ୍ନଟ

ବାରିପଦା: କୋରୋନାର ଦ୍ଵିତୀୟ ଲହରରେ ମୟୁରଭଞ୍ଜ ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି(ରବିବାର) ଜିଲ୍ଲାରେ ପୁଣି 418 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର 272ରେ ପହଞ୍ଚିଛି ।

ମୟୂରଭଞ୍ଜରେ ଆଜି ନୂଆ 418 ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର 272ରେ ପହଞ୍ଚିଛି ତେବେ ଜିଲ୍ଲାରୁ ମୋଟ 18 ହଜାର 503 ଜଣ ସୁସ୍ଥ ହୋଇଛନ୍ତି ଏବଂ 2675 ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଜିଲ୍ଲାର ସପ୍ତମ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା 93ରେ ସ୍ଥିର ରହିଛି ।

ତେବେ ସଂକ୍ରମିତଙ୍କ ସଂଖ୍ୟାରେ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି। ରବିବାର ଚିହ୍ନଟ 418 ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.