ETV Bharat / state

‘ଫନି’ ଭୟ, ଷ୍ଟ୍ରଙ୍ଗରୁମ ସୁରକ୍ଷା ନେଇ ଜୋରଦାର ପ୍ରସ୍ତୁତି

ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ଫନି ଠାରୁ ଷ୍ଟ୍ରଙ୍ଗରୁମର ସୁରକ୍ଷା ସେଗୁଡିକୁ ୱାଟର ପ୍ରୁଫ କରାଯାଇଛି । ଏହାସହ ଅର୍ଦ୍ଧସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟ୍ରଙ୍ଗରୁମ ବାହାରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

author img

By

Published : May 1, 2019, 9:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଜିଲ୍ଲା ପ୍ରଶାସନକୁ ବାତ୍ୟା ଫନି ପାଇଁ ଯେତିକି ଚିନ୍ତା, ଷ୍ଟ୍ରଙ୍ଗ ରୁମରେ ଥିବା ଇଭିଏମ ଓ ଭିଭିପାଟ ମେସିନକୁ ନେଇ ସେତିକି ଚିନ୍ତା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକରେ ‘ଫନି’ ପାଇଁ ଆଲୋଚନା ହୋଇଛି । ଏହାସହ ଷ୍ଟ୍ରଙ୍ଗ ରୁମରେ କିପରି ଇଭିଏମ ଓ ଭିଭିପାଟ ସୁରକ୍ଷିତ ରହିବ ଏବଂ ଯେତେ ବର୍ଷା ହେଲେ ବି ଷ୍ଟ୍ରଙ୍ଗ ରୁମକୁ ପାଣି କିପରି ନ ପଶିବ ସେ ନେଇ ଆଲୋଚନା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ଶେଷ ହୋଇଛି । ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ଗୋଟିଏ ଲୋକ ସଭା ଆସନରୁ ୮ଜଣ ଲୋକ ସଭା ଓ ୭୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ ମିଶାଇ ମୋଟ ୮୧ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ମତଦାନ ସରିବା ପରେ ବିଳମ୍ବିତ ରାତିରେ ଇଭିଏମ ଏବଂ ଭିଭିପାଟ ମେଶିନ ଗୁଡ଼ିକୁ ୪ଟି ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । ମଙ୍ଗଳବାର ଉକ୍ତ ମେଶିନ ଗୁଡିକୁ ପର୍ଯ୍ୟବେକ୍ଷକ ଏବଂ ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିବା ଜିଲ୍ଲାପାଳ ବିନିତ ଭରଦ୍ୱାଜ ସୂଚନା ଦେଇଛନ୍ତି । ଇଭିଏମ ରଖିବା ପାଇଁ ଜିଲ୍ଲାର ବାରିପଦା, ଉଦଳା, କରଞ୍ଜିଆ ଏବଂ ରାଇରଙ୍ଗପୁର ଠାରେ ଷ୍ଟ୍ରଙ୍ଗରୁମ ଖୋଲାଯାଇଛି । ଷ୍ଟ୍ରଙ୍ଗରୁମ ଗୁଡିକ ୱାଟର ପ୍ରୁଫ କରାଯିବା ସହ ପାଣି ନପଶିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଷ୍ଟ୍ରଙ୍ଗରୁମର ସୁରକ୍ଷା ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟ୍ରଙ୍ଗରୁମ ବାହାରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଯୋଗାଇବା ପାଇଁ ଏକ ଲଗବୁକର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଭରଦ୍ବାଜ ସୂଚନା ଦେଇଛନ୍ତି । ମେ ୨୩ରେ ଭୋଟ ଗଣନା ସମୟରେ ସମସ୍ତ ପ୍ରାର୍ଥୀ ଏବଂ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସିଲ୍ ଖୋଲାଯାଇ ଏହାକୁ ଗଣତି କରାଯିବ । ଉଲ୍ଲେଖଯୋଗ୍ୟ, ଏହି ଜିଲ୍ଲାର କରଞ୍ଜିଆ ବିଧାନସଭା ଆସନ କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହୋଇଥିବାରୁ ସେଠାରେ ଗତ ୨୩ ତାରିଖରେ ମତଦାନ ହୋଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.