ETV Bharat / state

ମହାବଳ ବାଘ ଛାଲ ଡିଲ ଘଟଣା, ଗିରଫ ସଂଖ୍ୟା ୩କୁ ବୃଦ୍ଧି - ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ଘଟଣା । ଆଉ ଜଣଙ୍କୁ ଗିରଫ କଲା ଏସଟିଏଫ ଟିମ୍‌‌ । ଅଧିକ ପଢ଼ନ୍ତୁ

tiger skin seized in similipal forest
tiger skin seized in similipal forest
author img

By

Published : Dec 31, 2022, 9:12 AM IST

ବାରିପଦା: ମୟୂରଭଞ୍ଜ ବିସିପୁର ଠାରେ ମହାବଳ ବାଘ ଛାଲ ଡିଲ୍‌ ଘଟଣା । ଆଉ ଜଣଙ୍କୁ ଗିରଫ କଲା ଏସଟିଏଫ । ଗିରଫ ଅଭିଯୁକ୍ତ ହେଉଛି ପୂର୍ଣ୍ଣଚନ୍ଦ୍ର ମାଝୀ । ସେ ଉଦଳା ଅଞ୍ଚଳର ଶାସଙ୍ଗବେଡା ଗାଁର ବାସିନ୍ଦା । ତେବେ ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ ।

ଗତ ଡିସେମ୍ବର ୧୪ ରେ ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟ ଉଦଳା ରେଞ୍ଜ ଖୁଣ୍ଟା ଥାନା ଅଞ୍ଚଳର ବିସିପୁର ଠାରେ ଏକ ମହାବଳ ବାଘର ଚମଡା ୫ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିଲା । ଡିଲ ଚାଲୁଥିବା ବେଳେ ଏନେଇ ପୂର୍ବରୁ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଏସଟିଏଫ । ଏହାପରେ ୭ ଜଣିଆ ଏସଟିଏଫ୍ ଟିମ ଡିଲ ସମୟରେ ଚଢାଉ କରି ଜଣେ ବେପାରୀଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିଲା। ଏଥି ସହିତ ପରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଗତକାଲି ଏହି ଘଟଣାରେ ଅନ୍ୟ ଜଣଙ୍କୁ ଗିରଫ କରିବା ପରେ ଗିରଫ ଦାରି ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏସଟିଏଫ ଟିମ ଦ୍ୱାରା ଅଧିକ ତଦନ୍ତ ପ୍ରକ୍ରିୟା ଜାରି ଥିବା ନେଇ ସୂଚନା ମିଳିଛି। ତେବେ ଆଉ କେଉଁମାନେ ଏଥିରେ ସାମିଲ ଥିଲେ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ତେବେ ଜବତ ବାଘ ଚମଡା ଏକ ୫ବର୍ଷ ବୟସର ବାଘର ହୋଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରାୟ ମାସକ ପୂର୍ବରୁ ଏହାକୁ ଶିକାର କରାଯାଇଥିବା ଖବର ମିଳିଛି । ବାରିପଦାରେ ରହୁଥିବା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ଦ୍ବାରା ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏକ ବାଘକୁ ମରାଯାଇ ତାର ଚମଡା ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଏହି ଖବରପାଇ ଭାନୁମିତ୍ର ବେପାରୀଙ୍କ ସହ ୫ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ । ସମସ୍ତ ବିଷୟରେ ଏସଟିଏଫକୁ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହାବଳ ବାଘ ଛାଲ ଜବତ, ଜଣେ ଗିରଫ

ଗତ ନଭେମ୍ବର ମାସରେ ନୟାଗଡରୁ ଚିତାବାଘ ଛାଲ ଜବତ କରିବା ସହ ଗୋଟିଏ ହରିଣ ଚମଡା, ଗୋଟିଏ ଶାଳିଆ ପତନି ଛାଲ ସହ ୧୧୫ଟି ବଜ୍ରକାପ୍ତା କାତି ଓ ଦୁଇଟି ବାରହା ଦାନ୍ତ ଜବତ କରିଥିଲା ଏସଟିଏଫ । ଏହି ଘଟଣାରେ ଏସଟିଏଫ୍‌ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗୁଇନ୍ଦା ସୂତ୍ରରୁ ଖବରପାଇ ଏସଟିଏଫ୍‌ ଇନ୍ସପେକ୍ଟର ଜଗନ୍ନାଥ ପ୍ରସାଦ ସାହୁଙ୍କ ନେତୃତ୍ୱରେ ସଦଳବଳେ ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମର ଭାଗବତଙ୍କ ଘର ଉପରେ ଚଢାଉ କରି ବାଘ ଛାଲ ଜବତ କରିଥିଲେ । ବାଘ ଛାଲରେ ଦୁଇଟି ସ୍ଥାନରେ ଗୁଳିବିଦ୍ଧ ହୋଇଥିବା ଏସଟିଏଫ୍‌ ଟିମ୍‌ ଜାଣିବାକୁ ପାଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.