ETV Bharat / state

ଶିମିଳିପାଳରେ ବାଘ ଗଣନା ଶେଷ - tiger census end

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ସରିଲା ବାଘାଗଣନା । କୋର ଓ ବୋଫର ଜୋନରେ କରାଗଲା ଗଣନା କାର୍ଯ୍ୟ । ଅଧିକ ପଢନ୍ତୁ...

tiger census end
ବାଘଗଣନା ଶେଷ
author img

By

Published : Feb 3, 2020, 10:10 PM IST

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ସରିଛି ବାଘ ଗଣନା । ଓଡ଼ିଶାର ସବୁଠାରୁ ଅଧିକ ସଂଖ୍ୟାର ବାଘ ଶିମିଳିପାଳ ଦେଖିବାକୁ ମିଳିଥାଏ । ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ବର୍ଷକ ମଧ୍ୟରେ ଦୁଇଥର ବାଘ ଗଣନା ହେଇଥାଏ ।

ବାଘଗଣନା ଶେଷ

କୋର ଓ ବୋଫର ଜୋନରେ କ୍ୟାମେରା ଓ ବାଘର ପାଦଚିହ୍ନକୁ ନେଇ ଗଣନା କାର୍ଯ୍ୟ କରିଥାନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ମଚାରୀ ମାନେ । ତେବେ ଦୁଇଟି ପଦ୍ଧତି ମାଧ୍ୟମରେ ଏହି ଗଣନା କାର୍ଯ୍ୟ କରାଯାଇଛି। ସେଗୁଡିକ ହେଲା ସାଇନ ପଦ୍ଧତି ଓ ଲାଇନ ଟ୍ରାନଜିଟ ପଦ୍ଧତି । ଏହି ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମ ୨୮ ଜାନୁଆରୀ ରୁ ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ 3ରେ ଶେଷ ହୋଇଛି ।

ବିଶେଷ କରି ଲାଇନ ଟ୍ରାନଜିଟ ମାଧ୍ୟମରେ ବାଘର ପାଦ ଚିହ୍ନ ଓ ବିଭିନ୍ନ ସ୍ଥାନରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ଗଣନା କାର୍ଯ୍ୟ ହୋଇଛି । ବିଭାଗ ପକ୍ଷରୁ ବାଘ ଚଳପ୍ରଚଳ କରୁଥିବା ସ୍ଥାନରେ ପ୍ଲାଷ୍ଟର ଅଫ ପ୍ୟାରିସ ଦିଆଯାଇଥାଏ। ଯାହା ଦ୍ବାରା ବାଘର ବୟସ କେତେ ହେବ ବୋଲି ଜାଣିପାରନ୍ତି ବିଶେଷଜ୍ଞମାନେ ।

ଗଣନା କାର୍ଯ୍ୟରେ ୨୦୧ଟି ବିଟ୍ ହାଉସର ସମସ୍ତ କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ । ଏହି ଗଣନା ଦ୍ବାରା ବାଘ ସହିତ ଅନ୍ୟ ବନ୍ୟପ୍ରାଣୀ ମାନଙ୍କର ଉପସ୍ଥିତି ମଧ୍ୟ ଗଣନା କରାଯାଇଛି । ତେବେ ବିଭାଗ ପକ୍ଷରୁ ବାଘ ଗଣନା ରିପୋର୍ଟ ଦିଆଯାଇନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଶିମିଳିପାଳ ଅଭୟାରଣ୍ୟ ରେ ସରିଛି ବାଘ ଗଣନା, ଏହି ଗଣନା ପ୍ରକ୍ରିୟାରେ ୨୦୧ ଟି ବିଟ ହାଉସ ର ସମସ୍ତ କର୍ମଚାରୀ ନିୟୋଜିତ ଥିଲେ। ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ ପକ୍ଷରୁ ରିପୋର୍ଟ ଦିଆଯାଇନାହିଁ। Body:ଶିମିଳିପାଳ ଅଭୟାରଣ୍ୟ ରେ ସରିଛି ବାଘ ଗଣନା । ଓଡ଼ିଶାର ସବୁଠାରୁ ଅଧିକ ସଂଖ୍ୟାର ବାଘ ଶିମିଳିପାଳ ଦେଖିବାକୁ ମିଳିଥାଏ । ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ବର୍ଷକ ମଧ୍ୟରେ ଦୁଇଥର ବାଘ ଗଣନା ହେଇଥାଏ। ପ୍ରଥମେ ବର୍ଷା ପୂର୍ବରୁ ଆଉ ଥରେ ବର୍ଷା ପରେ । କୋର ଓ ବୋଫର ଏରିଆ ରେ କ୍ୟାମେରା ଓ ବାଘର ପାଦଚିହ୍ନକୁ ନେଇ ଗଣନା କାର୍ଯ୍ୟ କରିଥାନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର କର୍ମଚାରୀ ମାନେ। ତେବେ ଦୁଇଟି ପଦ୍ଧତି ମାଧ୍ୟମରେ ଏହି ଗଣନା କାର୍ଯ୍ୟ କରାଯାଇଛି।ସେଗୁଡିକ ହେଲା ସାଇନ ପଦ୍ଧତି ଓ ଲାଇନ ଟ୍ରାନଜିଟ ପଦ୍ଧତି।ଏହି ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମ ୨୮ ଜାନୁଆରୀ ରୁ ଆରମ୍ଭ ହୋଇଥିବା ବେଳେ ଫେବୃୟାରୀ ୦୩ ରେ ସରିଛି।ବିଶେଷ କରି ଲାଇନ ଟ୍ରାନଜିଟ ମାଧ୍ୟମରେ ବାଘ ର ପାଦ ଚିହ୍ନ ଓ ବିଭିନ୍ନ ସ୍ଥାନରେ ଲାଗିଥିବା କ୍ୟାମେରା ସାହାଯ୍ୟ ରେ ଗଣନା କାର୍ଯ୍ୟ ହୋଇଅଛି । ବିଭାଗ ପକ୍ଷରୁ ବାଘ ଚଳପ୍ରଚଳ କରୁଥିବା ସ୍ଥାନରେ ପ୍ୟାରିସ ଦିଆଯାଇଥାଏ ଯାହାଦ୍ୱାରା ବାଘର ବୟସ କେତେ ହେବ ଜାଣିପାରନ୍ତି ବିଶେଷଜ୍ଞମାନେ। ଗଣନା କାର୍ଯ୍ୟରେ ୨୦୧ ଗୋଟି ବିଟର ସମସ୍ତ କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ।ଏହି ଗଣନା ଦ୍ୱାରା ବ୍ୟାଘ୍ର ସହିତ ଅନ୍ୟ ବନ୍ୟପ୍ରାଣୀ ମାନଙ୍କର ଉପସ୍ଥିତି ମଧ୍ୟ ଗଣନା କରାଯାଇଛି। ତେବେ ବିଭାଗ ପକ୍ଷରୁ ବାଘ ଗଣନା ରିପୋର୍ଟ ଦିଆଯାଇନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.