ETV Bharat / state

Tiger census: ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

author img

By ETV Bharat Odisha Team

Published : Oct 17, 2023, 3:39 PM IST

ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଜିଲ୍ଲାର ସମସ୍ତ ବନଖଣ୍ଡରେ ହେବ ବାଘ ଗଣନା କାର୍ଯ୍ୟ । ଅଧିକ ପଢନ୍ତୁ

Tiger census begins in Similipal
Tiger census begins in Similipal
Tiger census begins in Similipal

ରାଇରଙ୍ଗପୁର: ଅକ୍ଟୋବର 14ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ସୋମବାର ଠାରୁ ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଅଭୟାରଣ୍ୟର କିଛି ସ୍ଥାନରେ ବାଘ ଗଣନା ଆରମ୍ଭ ହୋଇଥିବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଓ ଦକ୍ଷିଣ ଶିମିଳିପାଳର ୧୬ ଗୋଟି ରେଞ୍ଜର ୧୭୩ ବିଟ୍‌ ଏବଂ ବାରିପଦା ବନଖଣ୍ଡର କପ୍ତିପଦା ଓ ବାରିପଦା ରେଞ୍ଜ, କରଞ୍ଜିଆ ବନଖଣ୍ଡର ସାତକୋଶିଆ ରେଞ୍ଜ, ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର କିଛି ସ୍ଥାନରେ ଗଣନା ଆରମ୍ଭ ହୋଇଛି ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶିମିଳିପାଳରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ତାଲିମପ୍ରାପ୍ତ କର୍ମଚାରୀ ମାନେ ବାଘ ଗଣନା କରୁଛନ୍ତି । ଯାହା ସୂଚନା ରହିଛି ଟ୍ରାପ କ୍ୟାମେରା, ପାଦ ଚିହ୍ନ, ପ୍ରେସର୍ ଇମ୍ପେସନ ପ୍ୟାଡ ବା ପିଆଇପି ଓ ଟ୍ରାନଜେକ୍ଟ ଲାଇନ ମାଧ୍ୟମରେ ବାଘ ଗଣନା କାର୍ଯ୍ୟ ଜାରି ରହିଛି । କିଭଳି ଭାବରେ ସଠିକ ଗଣନା କରି ହେବ ସେନେଇ ଏକ ସତନ୍ତ୍ର ଆପ୍‌କୁ ଗଣନା କାର୍ଯ୍ୟରେ ବନବିଭାଗ ସାମିଲ କରିଛି ।

ଏହା ମଧ୍ୟ ପଢନ୍ତୁ-ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ

ସେହିପରି ମହାବଳ ବାଘ ସହିତ ବିରଳ ପ୍ରଜାତିର କଳାବାଘ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଥିବା ନେଇ ପୂର୍ବରୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ତେବେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବାଘ ଚଲା ପଥ ସର୍ଭେ କରାଯିବା ସହିତ ନଭେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ କ୍ୟାମେରା ମାଧ୍ୟମରେ ଟ୍ରାପ କରାଯିବ । ୨୦୨୪ ମସିହା ଜାନୁଆରୀ ୩୧ ତାରିଖ ସୁଦ୍ଧା ବାଘ ଗଣନା ଶେଷ କରି କେତେ ସଂଖ୍ୟାରେ ବାଘ ଅଛନ୍ତି ସେନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତେବେ ଚଳିତ ବର୍ଷ ଏହି ବାଘ ଗଣନାରେ ବାଘ ସଂଖ୍ୟା ବଢ଼ିବା ନେଇ ଆଶା ରଖିଛି ବନବିଭାଗ ।

ଶିମିଳିପାଳରେ ବୁଲିବା ପାଇଁ ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ଗାଇଡକୁ ସାଥିରେ ନେବେ । ଏଥିସହିତ ପୂର୍ବାହ୍ନ ୩ଟା ସମୟ ପୂର୍ବରୁ ଯୋରନ୍ଦା ଓ ବରେହିପାଣି, ପୂର୍ବାହ୍ନ ୪ଟା ସମୟ ପୂର୍ବରୁ ଚହଲା ଏବଂ ସନ୍ଧ୍ୟା ୫ଟା ପୂର୍ବରୁ ଗେଟ୍ ବାହାରକୁ ଫେରିଯିବା ପାଇଁ ନିର୍ଦ୍ଦେଶାବଳୀ ରହିଛି । ତେବେ ଚଳିତ ବର୍ଷ ଶିମିଳିପାଳ କର୍ତ୍ତୃପକ୍ଷ ଦୁଃସାହାସିକ କ୍ରୀଡା, ନେଚର ଗେମିଙ୍ଗ ମାଉଣ୍ଟେନ ସାଇକେଲି ଓ ଜଙ୍ଗଲ ସଫାରୀ ଭଳି କିଛି ନୂତନ ଜିନିଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.