ETV Bharat / state

Similipal witness death: ଶିମିଳିପାଳ ହାତୀପୋଡି ଘଟଣା, ପ୍ରତ୍ୟକ୍ଷଦର୍ଶୀଙ୍କୁ ହତ୍ୟା ଅଭିଯୋଗରେ ୩ ଗିରଫ - ଶିମିଳିପାଳ ହାତୀପୋଡି ଘଟଣା

ଶିମିଳିପାଳ ହାତୀପୋଡି ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ହତ୍ୟା ଅଭିଯୋଗରେ ୩ ଜଣ ବନ କର୍ମଚାରୀ ଗିରଫ । ଅଧିକ ପଢନ୍ତୁ

ଶିମିଳିପାଳ ହାତୀପୋଡି ଘଟଣା
ଶିମିଳିପାଳ ହାତୀପୋଡି ଘଟଣା
author img

By

Published : Feb 17, 2023, 7:34 AM IST

ଶିମିଳିପାଳ ହାତୀପୋଡି ଘଟଣା

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ଏବଂ ପ୍ରମାଣ ନଷ୍ଟ ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ହତ୍ୟା ଅଭିଯୋଗରେ ୩ ଜଣ ବନ କର୍ମଚାରୀ ଗିରଫ ହୋଇଛନ୍ତି । ତୁରାମଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ତାଙ୍କର ସ୍ତ୍ରୀ ଝିଲମ ପୂର୍ତ୍ତି ଅଭିଯୋଗ ଆଣିଥିଲେ । ଏନେଇ ଯଶୀପୁର ଥାନାରେ ୩ ବନ କର୍ମଚାରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ନିଲମ୍ବିତ ଜେନାବିଲ ରେଞ୍ଜ ଅଫିସର ଶିବ ଶଙ୍କର ସାମଲ, ନିଲମ୍ବିତ ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସକୁ ଗୁରୁବାର ଯଶିପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ।

ସୂଚନା ଅନୁଯାୟୀ, ଗତ ଡ଼ିସେମ୍ବର ମାସ ୭ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜର ବକୁଆ ଅଞ୍ଚଳରେ ଏକ ଦନ୍ତା ହାତୀକୁ ଶିକାର କରି ଶିକାରୀମାନେ ଦାନ୍ତ କାଟି ନେଇଥିଲେ । ଏହି ଘଟଣା ବନ ବିଭାଗ ଜାଣିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀକୁ ପୋଡ଼ି ଦେବା ସହିତ ହାଡ଼ ଏବଂ ପାଉଁଶକୁ ନିକଟ ଏକ ନାଳରେ ଭସାଇ ଦେଇଥିଲେ । ଏ ସମ୍ପର୍କରେ ବକୁଆ ଗ୍ରାମବାସୀ ଜାଣି ବନ ବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ପରେ ଏକ ୫୦ ଜଣିଆ ଟିମ ତଦନ୍ତ କରିଥିଲା ।

ଟିମର ତଦନ୍ତ ସମୟରେ ହାତୀ ପୋଡ଼ା ଯାଇଥିବା ସ୍ଥାନ ଚିହ୍ନଟ କରିବା ଏବଂ କିଛି ହାଡ଼ ଜବତ କରିବା ପରେ ଏହି ଘଟଣାରେ ସଂପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାକୁ ବନ ବିଭାଗ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ କିଛି ବନ କର୍ମଚାରୀ ବକୁଆ ଗ୍ରାମର ଜୈନିକ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଗାଳି କରିବା ସହିତ ଫଟୋ ଭିଡ଼ିଓ କରିବାରୁ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରି ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।

ପ୍ରଥମେ ଯଶୀପୁର ଗୋଷ୍ଠୀସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରିଥିଲେ ଡାକ୍ତର । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଶେଷରେ ଆଖି ବୁଜିଥିଲେ ତୁରାମ ପୂର୍ତ୍ତି । ତେବେ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିବ ଶଙ୍କର ସାମଲ, ବିନୋଦ ଦାସ ଚନ୍ଦ୍ରଭାନୁ ବେହେରା ମିଶି ନିସ୍ତୁକ ପିଟିବା ସହିତ ତାଙ୍କୁ ବିଷ ପିଆଇ ମାରିଥିବା ଅଭିଯୋଗ ଆଣି ତାଙ୍କ ସ୍ତ୍ରୀ ଝିଲମ ପୂର୍ତ୍ତି ଯଶୀପୁର ଥାନାରେ ଲିଖିତ ଏତଲା ଦେଇଥିଲେ ।

ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ, ଗତ ୧୧ ତାରିଖ ଦିନ ଶିବ ଶଙ୍କର ସାମଲ ଏବଂ ତାଙ୍କର ଦୁଇ ସହଯୋଗୀ ବନ କର୍ମଚାରୀ ମିଶି ହାତୀ ପୋଡି ଘଟଣା କାହିଁକି ପ୍ରକାଶ କଲୁ କହି ମୋ ସ୍ୱାମୀକୁ ନିସ୍ତୁକ ପିଟିବା ସହିତ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ । ଯାହାଫଳରେ ସେ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଗତ ୧୫ ତାରିଖ ଆଖି ବୁଜିଥିଲେ । ଏହାପରେ ଆମ୍ବୁଲାନ୍ସରେ ମୃତଦେହକୁ ଘରକୁ ଆଣିବା ବେଳେ ଜନୈକ ଅସ୍ଥାୟୀ ବନ କର୍ମଚାରୀ ରାସ୍ତାରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ସ୍ୱାମୀର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେବା ପାଇଁ ପ୍ରୟାସ କରିଥିବା ଅଭିଯୋଗ ଆଣିଥିଲେ ମୃତକଙ୍କ ପତ୍ନୀ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.