ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ହାତୀ ପାଇଁ ଖୋଳା ଯାଇଥିବା ଟ୍ରେଞ୍ଚରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ବାରିପଦା ସଦର ଥାନା ଅନ୍ତର୍ଗତ ଖଡ଼ିଆଗଡ଼ ଜଙ୍ଗଲ ନିକଟରେ ଜଣେ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ମହିଳା ଜଣଙ୍କ ସଦର ଥାନା ଅନ୍ତର୍ଗତ କେନ୍ଦୁଝରି ଗ୍ରାମର ମୁନିମ ହାଁସଦା। ତେବେ ମହିଳା ଜଣଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ପରିବାର ଠାରୁ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ହେବ ଅଲଗା ରହୁଥିଲେ। ତେବେ ମହିଳା ଜଣଙ୍କୁ କେହି ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ହାତୀ ପାଇଁ ଖୋଳା ଯାଇଥିବା ଟ୍ରେଞ୍ଚରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ବାରିପଦା ସଦର ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ସହ ତଦନ୍ତ କରିଥିବା ବେଳେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ବାରିପଦା ସଦର ଥାନା ପୋଲିସର ଅଧିକ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ