ETV Bharat / state

୧୫ ଦଫା ଦାବିରେ ଗାଁ ସାଥୀଙ୍କ ଗଣ ଧାରଣା - ୧୫ ଦଫା ଦାବିରେ ଗାଁ ସାଥୀଙ୍କ ଗଣ ଧାରଣା

ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ଗାଁ ସାଥି ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ବାରିପଦା ଡି.ଆର.ଡି.ଏ କାର୍ଯ୍ୟାଳୟ ପରିସରରେ ଗଣଧାରଣା । ଅଧିକ ପଢନ୍ତୁ....

୧୫ ଦଫା ଦାବିରେ ଗାଁ ସାଥୀଙ୍କ ଗଣ ଧାରଣା
୧୫ ଦଫା ଦାବିରେ ଗାଁ ସାଥୀଙ୍କ ଗଣ ଧାରଣା
author img

By

Published : Nov 18, 2020, 8:57 PM IST

ବାରିପଦା: ଗାଁ ସାଥୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡି.ଆର.ଡି.ଏ ପରିସରରେ ଗଣ ଧାରଣା। ଜିଲ୍ଲାରେ ୬୦୦୦ରୁ ଅଧିକ ଗାଁ ସାଥି ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀଙ୍କୁ ମିଳୁନାହିଁ । ଶତାଧିକ ଗାଁ ସାଥି କର୍ମୀମାନେ ଆଜି ୧୫ ଦଫା ଦାବି ନେଇ ବାରିପଦା ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦେଇଛନ୍ତି।

୧୫ ଦଫା ଦାବିରେ ଗାଁ ସାଥୀଙ୍କ ଗଣ ଧାରଣା

ସଂଘର ଅଭିଯୋଗ ଅନୁସାରେ ସାରା ରାଜ୍ୟରେ ମନରେଗା କାର୍ଯ୍ୟରତ ୨୦୦୮ ମସିହାରେ ନିଯୁକ୍ତର ଗାଁ ସାଥୀଙ୍କ ଭଳି ଜିଲ୍ଲାର କାର୍ଯ୍ୟରତ ଗାଁ ସାଥୀଙ୍କୁ ସେହି ଭଳି ସମାନ ନ୍ୟାୟ ମିଳୁନାହିଁ । ସଠିକ ଭାବେ ରାଜ୍ୟ ସରକାର ଗାଁ ସାଥି ମାନଙ୍କୁ ଚିହ୍ନଟ କରି ଉଚିତ ନ୍ୟାୟ ସହ ଜିଲ୍ଲାର ବିଭିନ୍ନ କାର୍ଯ୍ୟରେ ସାମିଲ କରିବାକୁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ଏନେଇ ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ)ଙ୍କୁ ସାକ୍ଷାତ କରିବା ସହ ନିଜର ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଗାଁ ସାଥିଙ୍କ ଦାବି ତୁରନ୍ତ ପୁରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.