ETV Bharat / state

PRM ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Sep 11, 2021, 7:17 AM IST

ବହୁ ପ୍ରତିକ୍ଷିତ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ଜିଲ୍ଲାରେ ରୋଗୀ ମାନଙ୍କ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଦେଇଥିଲେ ପ୍ରତିଶୃତି । ଅଧିକ ପଢନ୍ତୁ...

PRM ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
PRM ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ବାରିପଦା: ବହୁ ପ୍ରତୀକ୍ଷା ପରେ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦାବି ପୂରଣ ହୋଇଛି । ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ । ଏନେଇ ଆଜି ଶୁକ୍ରବାର ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରରେ ନବନିର୍ମିତ ଅକ୍ସିଜେନ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି ।

ମହାମାରୀ କୋରୋନାର ଦ୍ଵିତୀୟ ଲହରରେ ଅନେକ କୋଭିଡ ଆକ୍ରାନ୍ତ ଅକ୍ସିଜେନ ନ ପାଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ତେବେ ଅକ୍ସିଜେନର ଆବଶ୍ୟକତାକୁ ଲକ୍ଷ୍ୟ ରଖି ପୂର୍ବରୁ କେନ୍ଦ୍ର ସରକାର ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ତେବେ ବାରିପଦା ସହର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଥିବା ଏହି ଅକ୍ସିଜେନ ପ୍ଲାଣ୍ଟରୁ ସର୍ବାଧିକ ୨୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ପାଇଁ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଫଳରେ ଏବେ ପ୍ରତି ଶଯ୍ୟାକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଣ ବାଟ ଫିଟିଛି। ଏଣିକି ଆଉ ଅକ୍ସୀଜେନ ସିଲିଣ୍ଡର ଉପରେ ନିର୍ଭର କରିବାକୁ ପଡିବନାହିଁ।

ଏହି ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ CDMO ଡା. ରୂପଭାନୁ ମିଶ୍ର, ଡିଏମଓ ଏମଏସ ତଥା ସୁପରିନଟେଣ୍ଡେଟ ଡାଃ ନିହାରରଞ୍ଜନ ଦାସ, କୋଭିଡ ନୋଡାଲ ଅଫିସର ଡା. ଜ୍ଞାନ ରଞ୍ଜନ ମହାନ୍ତି, ହସପିଟାଲ ମ୍ୟାନେଜର ସମୀର ରଞ୍ଜନ ମହାପାତ୍ର, ବିଜେପି ନେତା ଜୀବନ ସାହୁ, ହସପିଟାଲର ବହୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ତଥା ବହୁ ମାନ୍ୟଗଣ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସେପଟେ ଶନିବାର ଜିଲ୍ଲାର ରାଇରଙ୍ଗପୁର ଠାରେ ଆଉ ଏକ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କରିବେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ମାନ୍ୟବର ବିଶ୍ଵେଶ୍ଵର ଟୁଡୁ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.