ETV Bharat / state

ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ଟିମ୍

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସାରିଶୁଆ ଅଞ୍ଚଳରେ ଚଢ଼ାଉ କରି ଏସଟିଏଫ ଟିମ୍ ୪.୭୩୦ ଗ୍ରାମର ବଜ୍ରକାପ୍ତା କାତି ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 12, 2021, 3:33 PM IST

ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ଟିମ୍
ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ଟିମ୍

ବାରିପଦା: ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗର ସହାୟତା ନେଇ ମିଳିତ ଭାବେ ସାରିଶୁଆ ଗାଁର ସୁରେନ ପୁର୍ତିଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଅଭିଯୁକ୍ତ ସୋରେନଙ୍କ ଘର ଭିତରେ ଥିବା ୪ କିଲୋ ୭୩୦ ଗ୍ରାମର ବଜ୍ରକାପ୍ତା କାତି ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ତେବେ ଏହି ବଜ୍ରକାପ୍ତା କାତିକୁ ସେ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଏସଟିଏଫ ଟିମ ଚଢ଼ାଉ କରିଥିଲେ ।

ଅଭିଯୁକ୍ତଙ୍କ କହିବାନୁଯାୟୀ କପ୍ତିପଦା ବନାଞ୍ଚଳ ଆମ୍ବଡାହି ଗ୍ରାମର ଜଣେ ଅଜଣା ବ୍ୟକ୍ତି ଠାରୁ ଏହି କାତି ଏକଲକ୍ଷ ଟଙ୍କାରେ କିଣି ଘରେ ରଖିଥିବା ନେଇ କହିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ବଜ୍ରକାପ୍ତା ରାକେଟ ସକ୍ରିୟ ହୋଇ ଉଠିଥିବାବେଳେ ବନ ବିଭାଗ ରାକେଟ ଧରିବାରେ କେତେ ସଫଳ ହେଉଛି, ତାହା ଆଗକୁ ଦେଖିବାକୁ ବାକି ରହିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.