ବାରିପଦା: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଏଥିସହ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ 'ଟି' ସଚିବ ଭି କେ ପଣ୍ଡିଆନ ଏବଂ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ ହୋଇଥିବା ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ ସହ ୨୦୦ ଶଯ୍ୟା ରହିଛି । କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିବା ସମୟରେ 5 'ଟି' ସଚିବ ମୟୂରଭଞ୍ଜ ଜିଲ୍ଲାପାଳ ଓ ହସ୍ପିଟାଲର ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, 5 'ଟି' ସଚିବ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ କୋଭିଡ଼ ହସ୍ପିଟାଲର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ