ETV Bharat / state

‘ଅଞ୍ଚଳର ବିକାଶ ଯାହା ହାତେ, ବିଜୟ ମୁକୁଟ ତାହାରି ମୁଣ୍ଡେ’

ସୁରୁଖୁରୁରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏବେ ତୃତୀୟ ଓ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ଦ୍ଧାରିତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ପ୍ରସ୍ତୁତି ।

author img

By

Published : Apr 18, 2019, 9:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସୁରୁଖୁରୁରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏବେ ତୃତୀୟ ଓ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ଦ୍ଧାରିତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ପ୍ରସ୍ତୁତି । ତେବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ତିରିଂ ଅଞ୍ଚଳରେ କିପରି ରହିଛି ନିର୍ବାଚନୀ ପ୍ରସ୍ତୁତି ଓ ଭୋଟରମାନଙ୍କର ସେମାନଙ୍କ ନେତା ପାଇଁ କ’ଣ ରହିଛି ଆଶା, ତାହା ଜାଣିବା ପାଇଁ ଭୋଟରଙ୍କୁ ସିଧାସଳଖ ପଚାରି ବୁଝିଥିଲୁ ଆମେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଥିବା ଏହି ଅଞ୍ଚଳର ଭୋଟରଙ୍କ କହିବା ଅନୁଯାୟୀ ଦୀର୍ଘ 19 ବର୍ଷ ହେବ ବିଜେଡି ଶାସନରେ ଅଞ୍ଚଳବାସୀ କ୍ଷୁବ୍ଧ ହୋଇ ସାରିଲେଣି । ପ୍ରତିଥର ନିର୍ବାଚନରେ ନେତାମାନେ ଅନେକ ପ୍ରତିଶୃତି ଦେଇ ଆସିଛନ୍ତି । ହେଲେ ଶାସନକାଳରେ ସେସବୁ କିଛି ବି ବାସ୍ତବତାର ରୂପ ଗ୍ରହଣ କରି ପାରିନାହିଁ । ତେଣୁ ଚଳିତ ନିର୍ବାଚନରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ସମ୍ପୃକ୍ତ ଅଞ୍ଚଳରେ ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଆଦି ମୁଖ୍ୟ ସମସ୍ୟା ରହିଛି । ତେଣୁ ଯେଉଁ ନେତାମାନେ ଏହି ସମସ୍ୟା ସବୁକୁ ଦୂର କରିବେ ସେମାନଙ୍କୁ ଭୋଟ ଦିଆଯିବ ବୋଲି କହିଛନ୍ତି ଭୋଟର । ଏଠାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ବି ପରିବର୍ତ୍ତନ ଆଶାରେ ଭୋଟର । ତେଣୁ ଅଞ୍ଚଳର ବିକାଶ ଯାହା ହାତରେ, ବିଜୟ ମୁକୁଟ ତା’ ମୁଣ୍ଡରେ ରହିବ ବୋଲି କହିଛନ୍ତି ଅଞ୍ଚଳବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.