ETV Bharat / state

ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ କଲେ ଦୁବୃର୍ତ୍ତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି - bahalada Police station

ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ ଉଦ୍ୟମ । ରାଇରଙ୍ଗପୁରର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ କରିବା ସହିତ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ କଲେ ଦୁବୃର୍ତ୍ତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

author img

By

Published : Aug 28, 2021, 8:57 PM IST

Updated : Aug 29, 2021, 9:46 AM IST

ରାଇରଙ୍ଗପୁର: ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ କରିଛନ୍ତି ତିନିଜଣ ଅଜଣା ଦୁବୃର୍ତ୍ତ । ସ୍ପଷ୍ଟ ଦିବାଲୋକରେ ଲୁଟର ଶିକାର ହୋଇଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବ୍ରାହ୍ମଣବୋଷ ଗ୍ରାମରେ । ସୂଚନାନୁଯାୟୀ ରାଇରଙ୍ଗପୁରର ପୂର୍ବତନ ବିଧାୟକ ଶାଇବା ସୁଶୀଲ ହାଁସଦା ନିଜ ସମ୍ପର୍କୀୟଙ୍କ ଠାରୁ ନଗଦ ୮୦ ହଜାର ଟଙ୍କା ନେଇ ଏକ ସ୍କୁଟି ଯୋଗେ ତାଙ୍କ ଗ୍ରାମ ବ୍ରାହ୍ମଣବୋଷକୁ ଫେରୁଥିଲେ ।

ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ କଲେ ଦୁବୃର୍ତ୍ତ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ତେବେ ଗମ୍ଭାରିଆରୁ ତାଙ୍କ ଘରକୁ ଯିବା ବାଟରେ ଏକ ଶୂନଶାନ୍ ସ୍ଥାନରେ ତିନିଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ବାଇକରେ ଆସି ପୂର୍ବତନ ବିଧାୟକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ଖସି ପଳାଇ ଯାଇଥିଲେ । ତେବେ ଏନେଇ ବହଳଦା ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ବହଳଦା ଥାନା ପୋଲିସକୁ ଖବର ଦିଆ ଯାଇଥିଲା ।

ଖବରପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସ୍ପଷ୍ଟ ଦିବାଲୋକରେ ବାରମ୍ବାର ଏପରି ଲୁଟ୍ ଘଟଣାକୁ ନେଇ ସାଧାରଣରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Aug 29, 2021, 9:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.