ETV Bharat / state

ଅବହେଳିତ ଅବସ୍ଥାରେ ରାଜ୍ୟର ‘ପ୍ରଥମ ରେଳଇଞ୍ଜିନ’

ଧିରେ ଧିରେ ହଜିଯାଉଛି ଇତିହାସ । ମୟୂରଭଞ୍ଜ ଜିଲ୍ଲା ରେଳସେବାର ମୂକସାକ୍ଷୀ ରାଜ୍ୟର ପ୍ରଥମ ରେଳ ଇଞ୍ଜିନ ଏବେ ଖୋଲା ଆକାଶ ତଳେ ଖତ ଖାଉଛି । ଅଧିକ ପଢନ୍ତୁ...

ଅବହେଳିତ ଅବସ୍ଥାରେ ରାଜ୍ୟର ପ୍ରଥମ ରେଳସେବାର ରେଳଇଞ୍ଜିନ

author img

By

Published : Mar 26, 2020, 3:30 PM IST

Updated : Mar 28, 2020, 2:20 PM IST

ବାରିପଦା: ଗଡଜାତ ଶାସନ ସମୟରୁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଥିଲା ରେଳସେବା । ଶତାଧିକ ବର୍ଷର ଐତିହ୍ୟ ବହନ କରୁଥିବା ବାରିପଦା ରେଳ ଷ୍ଟେସନ ହେଉଛି ରାଜ୍ୟର ସର୍ବପୁରାତନ ଷ୍ଟେସନ । ଆଉ ବାରିପଦା ରେଳ ଷ୍ଟେସନ ସମ୍ମୁଖରେ ରହିଥିବା ରେଳଇଞ୍ଜିନ ହେଉଛି ମୟୂରଭଞ୍ଜ ଜିଲ୍ଲା ରେଳସେବାର ମୂକସାକ୍ଷୀ । ହେଲେ ଏବେ ଖୋଲା ଆକାଶ ତଳେ ଖତ ଖାଉଛି ବାରିପଦାର ସନ୍ଥକ ‘ବାଷ୍ପ ଚାଳିତ ଇଞ୍ଜିନ ଓ ରେଳ ଡବା ।’

ଅବହେଳିତ ଅବସ୍ଥାରେ ରାଜ୍ୟର ‘ପ୍ରଥମ ରେଳଇଞ୍ଜିନ’

1905 ମସିହା ଜାନୁଆରୀ 20ରେ ରୁପ୍ସାରୁ ବାରିପଦାକୁ ଆରମ୍ଭ ହୋଇଥିଲା 52 କିଲୋମିଟରର ରେଳସେବା । ରେଳଗାଡି କଣ ରାଜ୍ୟବାସୀ ଜାଣିନଥିବାବେଳେ ସେ ସମୟରେ ମୟୁରଭଞ୍ଜବାସୀଙ୍କୁ ରେଳସେବା ଯୋଗାଇ ଦେଇଥିଲେ ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ । ମୟୂରଭଞ୍ଜରେ ରେଳସେବାକୁ ବିତିଲାଣି ପାଖାପାଖି ୧୧୫ ବର୍ଷ । ତେବେ ଇତିହାସର ଏକମାତ୍ର ମୂକସାକ୍ଷୀ ଭାବେ ପଡିରହିଥିବା ଏହି ଇଞ୍ଜିନର ପୁନରୁଦ୍ଧାର ପାଇଁ ଅନେକ ସମୟରେ ଦାବି କରୁଛନ୍ତି ଜିଲ୍ଲାବାସୀ । କିନ୍ତୁ କେନ୍ଦ୍ର ତଥା ରାଜ୍ୟ ସରକାର ସାଜିଛନ୍ତି ନିଦାବିଷ୍ଣୁ ।

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କେହିବି ବାରିପଦା ରେଳସେବାରରେ ବ୍ୟବହୃତ ହୋଇଥିବା ବାଷ୍ପଚାଳିତ ଇଞ୍ଜିନ ଆଉ ରେଳ ଡ଼ବାକୁ ପୁନରୁଦ୍ଧାର ପାଇଁ ଚିନ୍ତା ବି କରୁ ନାହାନ୍ତି । ଏହାକୁ ନେଇ ଜିଲ୍ଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 28, 2020, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.