ETV Bharat / state

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ - Chief Minister's progress

ନୂଆବର୍ଷ ଆରମ୍ଭରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବାରିପଦା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ....

The district superintendent reviewed the Chief Minister's progress in Baripada
ନୂଆବର୍ଷରେ ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ
author img

By

Published : Jan 3, 2021, 6:09 AM IST

ବାରିପଦା: ନୂଆବର୍ଷରେ ମା' କିଚେକେଶ୍ୱରୀ ମାଟିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ନବ ବର୍ଷରେ ମୟୂରଭଞ୍ଜ ଜିଲ୍ଲାବାସୀ ଓ ଦଳୀୟ କର୍ମୀମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ନୂଆବର୍ଷରେ ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ

ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଅଚାନକ ବାରିପଦା ଗସ୍ତ କରି ପ୍ରଥମେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ପ୍ରତିଶୃତି ଅନୁସାରେ ଚାଲୁଥିବା ମନ୍ଦିରର ନବୀକରଣ ଓ ସୌନ୍ଦଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବା ସହ ମନ୍ଦିରର ପୂଜକ ଓ ସେବାୟତଙ୍କ ସହ ମନ୍ଦିରର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହାରାଜାଙ୍କୁ ସମ୍ମାନ ଜଣାଇ ବାରିପଦା ଶ୍ରୀରାମଚନ୍ଦ୍ର ପାଠାଗାରର ନବୀକରଣ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବାରିପଦା ସ୍ଥିତ ପାଠାଗାର ବୁଲି ଦେଖିଛନ୍ତି ।

ଏହାସହ ସ୍ଥାନୀୟ ପ୍ରଶାସନ ଓ ପାଠାଗାର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ସପାଠାଗାରରେ ଥିବା ଶହ ଶହ ବର୍ଷ ପୁରୁଣା ପୁସ୍ତକ ଗୁଡିକୁ କିଭଳି ସାଇତି ରଖାଯାଇପାରିବ ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ।

୧୮୯୨ରେ ତତ୍କାଳୀନ ମୟୁରଭଞ୍ଜ ପ୍ରଦେଶର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜ୍ଞାନର ବିକାଶ ପାଇଁ ରାଜପ୍ରାସାଦର ଏକ କୋଠରୀରେ ଆରମ୍ଭ କରିଥିଲେ ପାଠାଗାର । ପୁଣି ଥରେ ଏହି ପାଠାଗାର ନୂତନତ୍ୱ ପାଇବାର ଆଶା ଦେଖାଦେଇଥିବାରୁ ଜିଲ୍ଲାବାସୀ ଉତ୍ସାହିତ ଅଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.