ETV Bharat / state

ଦୂର ହେବ ରକ୍ତ ସଙ୍କଟ, ରକ୍ତ ଦେଲେ ଜିଲ୍ଲାପାଳ - ଦୂର ହେବ ରକ୍ତ ସଙ୍କଟ, ରକ୍ତ ଦେଲେ ଜିଲ୍ଲାପାଳ

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଲକଡାଉନରେ ଦେଶ । ଲକଡାଉନ ସ୍ଥିତିରେ ରକ୍ତ ଭଣ୍ଡାରରେ ଅଭାବ ହେଇଛି ରକ୍ତ । ତେବେ ରକ୍ତ ସଙ୍କଟ ଦୂର ପାଇଁ ଅଣ୍ଟା ଭିଡ଼ିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଭ୍ରାମ୍ୟମାଣ ଗାଡ଼ିରେ ରକ୍ତଦାନ କରିବେ ଜିଲ୍ଲାବାସୀ । ରକ୍ତ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...

ଦୂର ହେବ ରକ୍ତ ସଙ୍କଟ, ରକ୍ତ ଦେଲେ ଜିଲ୍ଲାପାଳ
ଦୂର ହେବ ରକ୍ତ ସଙ୍କଟ, ରକ୍ତ ଦେଲେ ଜିଲ୍ଲାପାଳ
author img

By

Published : Apr 10, 2020, 6:28 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ଭ୍ରାମ୍ୟମାଣ ରକ୍ତଦାନ ଅଭିଯାନ ଗାଡି । ଖୋଦ ଜିଲ୍ଲାପାଳ ବିନୀତ ଭରଦ୍ବାଜ ରକ୍ତଦାନ କରି ଏହାର ଶୁଭାରମ୍ଭ କଲେ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶ ଲକଡାଉନରେ ଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ତେବେ ରକ୍ତ ସଙ୍କଟ ଦୂର ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଅଭିନବ ଉପାୟରେ ରକ୍ତ ସଂଗ୍ରହ ପାଇଁ ଭ୍ରାମ୍ୟମାଣ ରକ୍ତଦାନ ଗାଡିରେ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖି ଶୁକ୍ରବାର ଏହି ଭ୍ରାମ୍ୟମାଣ ରକ୍ତଦାନ ଗାଡିକୁ ଉଦଘାଟନ କରି ଶୁଭାରମ୍ଭ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଦୂର ହେବ ରକ୍ତ ସଙ୍କଟ, ରକ୍ତ ଦେଲେ ଜିଲ୍ଲାପାଳ

ତେବେ କୋରୋନା ଭାଇରସ ସଂକ୍ରମଣ ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ରକ୍ତଦାନ କରି ମୟୂରଭଞ୍ଜବାସୀଙ୍କ ହୃଦୟ ଜିଣି ପାରିଛନ୍ତି । ଶୁକ୍ରବାର ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭ୍ରାମ୍ୟମାଣ ରକ୍ତଦାନ ଗାଡି ବୁଲି ବୁଲି ସ୍ବେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.