ବାରିପଦା: ଆସନ୍ତା 26 ତାରିଖ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ ୟାସ । ବାତ୍ୟା ମୟୂରଭଞ୍ଜ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାକୁ ଥିବାବେଳେ ଏହାର ମୁକାବିଲା ପାଇଁ ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ୧୯ ଟି ଟିମ୍ ଗଠନ କରାଯାଇଛି । ଏହି ୧୯ଟି ଟିମରେ ମୋଟ ୧୦୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଅନ୍ୟପକ୍ଷରେ ବାରିପଦା ଡିଭିଜନ ପାଇଁ ୬୨ଟି ଗଛ କଟା ମେସିନ, ୩୨ ଗୋଟି ଆସ୍କା ଲାଇଟ, ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୮ଗୋଟି ବୋଟକୁ ପ୍ରସ୍ତୁତ ରଖାଯାଇଛି । କୋଭିଡ ରୋଗୀଙ୍କ ପାଇଁ ଆସୁଥିବା ଅକ୍ସିଜେନ୍ ଗାଡି ଯେମିତି ରାଜପଥ ରେ ନଅଟକିବ ସେଥିପ୍ରତି ଗୁରୁତ୍ବ ଦେବ ଅଗ୍ନିଶମ ବିଭାଗ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ