ETV Bharat / state

ରାଇରଙ୍ଗପୁରରେ ‘ୟସ୍’ ପ୍ରଭାବ, କ୍ଷୟକ୍ଷତିର ଆକଳନ କରୁଛିି ପ୍ରଶାସନ - yaas

ବାତ୍ୟା ‘ୟସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ କିଛି ସ୍ଥାନରେ ସାମାନ୍ୟ କ୍ଷତି ହୋଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...

ରାଇରଙ୍ଗପୁରରେ ‘ୟସ୍’ ପ୍ରଭାବ, କ୍ଷୟକ୍ଷତିର ଆକଳନ କରୁଛିି ପ୍ରଶାସନ

author img

By

Published : May 27, 2021, 12:11 PM IST

ରାଇରଙ୍ଗପୁର: ବାତ୍ୟା ‘ୟସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ କିଛି ସ୍ଥାନରେ ସାମାନ୍ୟ କ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ବିଶୋଇ ବ୍ଲକ ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମ ଅନ୍ତର୍ଗତ ପନଖି ଗ୍ରାମର ଦୁମାସାହି, ବଡ଼ସାହି ଓ ମାଖୁନା ଗ୍ରାମର ପ୍ରଧାନସାହିରେ ବାତ୍ୟା ଜନିତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ରାଇରଙ୍ଗପୁରରେ ‘ୟସ୍’ ପ୍ରଭାବ, କ୍ଷୟକ୍ଷତିର ଆକଳନ କରୁଛିି ପ୍ରଶାସନ

କେଉଁଠି ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବା ବେଳେ କେଉଁଠି ଗଛ ଭାଙ୍ଗି ପଡ଼ିଛି। ଏହା ସହିତ ପନଖି ଗ୍ରାମର ଇଷ୍ଟର ମାରାଣ୍ଡି ରୋଷେଇ କରୁଥିବା ବେଳେ ତାଙ୍କ ଘର ଉପରେ ଏକ ବିରାଟ ଶାଳ ଗଛ ପଡିଯାଇଥିଲା ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସେପଟେ ବ୍ଲକ ପ୍ରଶାସନ ତରଫରୁ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.