ETV Bharat / state

ଶୁଣିଲାନି ପ୍ରଶାସନ, ନିଜେ ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ - villagers built road

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଚୁଆପାଣି ଗାଁରେ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଥିଲେ ଗ୍ରାମବାସୀ । ହେଲେ ପ୍ରଶାସନ ନଶୁଣିବାରୁ ଶେଷରେ ଗାଁର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ ଆଉ ନିର୍ମାଣ କଲେ ରାସ୍ତା । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ନିଜେ ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

author img

By

Published : May 25, 2020, 1:04 PM IST

ରାଇରଙ୍ଗପୁର : ରାସ୍ତା ଖଣ୍ଡିଏ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରି କରି ଥକି ଯାଇଥିଲେ ବି ଗାଁ ଶୁଣିଲାନି ପ୍ରଶାସନ । ଶେଷରେ ପ୍ରଶାସନ ଉପରୁ ଭରଷା ତୁଟିଯିବା ପରେ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଚୁଆପାଣି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଶୁଣିଲାନି ପ୍ରଶାସନ, ନିଜେ ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଚୁଆପାଣି ଗାଁରେ ଭଲ ରାସ୍ତା ଖଣ୍ଡିଏ ନାହିଁ । ଅସରାଏ ବର୍ଷା ହେଲେ ରାସ୍ତାରେ ଜମା ହୁଏଁ ଆଣ୍ଠୁଏ ପାଣି । ବର୍ଷ ତମାମ ଏଠାରେ କାଦୁଅ ପଚପଚ । ପ୍ରତିଦିନ ପ୍ରାୟ ଶହଶହ ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ହେଲେ ରାସ୍ତା ଭଲ ନଥିବାରୁ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏମାନେ ।

ଥରେ କି ଦୁଇ ଥର ନୁହଁ 250 ମିଟର ରାସ୍ତା ତିଆରି ପାଇଁ ଅନେକ ଥର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ଗ୍ରାମବାସୀ । ହେଲେ ଭଲ ରାସ୍ତାଟିଏ ବଦଳରେ ମିଳିଥିଲା କେବଳ ପ୍ରତିଶ୍ରୁତି । ଶେଷରେ ଗାଁର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଗ୍ରାମବାସୀ ଟ୍ରାକ୍ଟର ଯୋଗେଁ ମୋରମ ଆଣି ନିଜେ ନିର୍ମାଣ କରିଛନ୍ତି ରାସ୍ତା । ତେବେ ଗ୍ରାମବାସୀଙ୍କ ଏପରି କାମ ସମାଜ ପାଇଁ ସୃଷ୍ଟି କରିଛି ଉଦାହରଣ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.