ETV Bharat / state

ଲକଡାଉନ କଟକଣାରେ ବନ୍ଧା ଦୁଇ କଅଁଳ କଢି, ରକ୍ତାଭାବରୁ ଚିନ୍ତାରେ ପରିବାର

author img

By

Published : Apr 27, 2020, 8:25 PM IST

ପାଠପଢା ସହ ଖେଳକୁଦ ବୟସରେ ଥମି ଯାଇଛନ୍ତି ଉଭୟ । ଜୀବନର ଅର୍ଥ କଣ ବୁଝିବା ଆଗରୁ ବଞ୍ଚିବା ପାଇଁ କରୁଛନ୍ତି ସଙ୍ଘର୍ଷ । ଅଧିକ ପଢନ୍ତୁ...

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, ଲକଡାଉନରେ ରକ୍ତାଭାବ ସଙ୍କଟ

ବାରିପଦା: ଲକଡାଉନରେ କୋରୋନା ଛଡା ଅନ୍ୟ ରୋଗରେ ପୀଡିତ ରୋଗୀଙ୍କୁ ଦେଖାଦେଇଛି ବିଭିନ୍ନ ସମସ୍ୟା । କିଏ ଚିକିତ୍ସା ପାଇଁ ହସ୍ପିଟାଲ ଯାଇପାରୁନି ତ କାହାକୁ ରକ୍ତ ମିଳୁନି । କିଏ ନିଜ ରୋଗର ଔଷଧ ପାଉନି ତ କିଏ ଡାକ୍ତରଙ୍କୁ ଦେଖାଇପାରୁନି । ସେହିପରି ଏକ କାହାଣୀ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପୂର୍ଣ୍ଣଚନ୍ଦ୍ରପୁର ଗାଁର । ଲକଡାଉନ 2ଟି କଅଁଳ କଢିଙ୍କ ଜୀବନରେ ଆଣିଦେଇଛି ଦୁଃଖର ପାହାଡ । ରକ୍ତଭାବ ଯୋଗୁଁ ଉଭୟଙ୍କ ଚିକିତ୍ସା ନେଇ ଚିନ୍ତାରେ ବାପା ବାବୁଲି ମହାନ୍ତ ।

ଏହା ହେଉଛି ଭାଇ ଭଉଣୀ ତ୍ରିନାଥ ଓ ତୃପ୍ତିଙ୍କ କାହାଣୀ । ସାଧାରଣ ପିଲାଙ୍କ ପରି ଦେଖାଯାଉଛନ୍ତି, କିନ୍ତୁ ବଞ୍ଚିବାକୁ କରୁଛନ୍ତି ଅନେକ ସଙ୍ଘର୍ଷ । ପାଠପଢା ସହ ଖେଳକୁଦ ବୟସରେ ଥମି ଯାଇଛନ୍ତି ଉଭୟ । ଜୀବନର ଅର୍ଥ କଣ ବୁଝିବା ଆଗରୁ ବଞ୍ଚିବା ପାଇଁ କରୁଛନ୍ତି ସଙ୍ଘର୍ଷ । ମାସକୁ ଥରେ କିମ୍ବା ଦୁଇ ଥର ରକ୍ତ ନନେଲେ ଏ ଦୁଇ ଶିଶୁଙ୍କ ବଞ୍ଚିବା ଅସମ୍ଭବ । କାରଣ ଉଭୟେ ଥାଲାସେମିଆ ରୋଗରେ ପୀଡିତ । 2 ସନ୍ତାନ ଜନ୍ମ ନେବା ପରେ ଶିଶୁଙ୍କ ବାପା ମାଆ ଥିଲେ ଅନେକ ଖୁସି । ହେଲେ କ୍ଷଣିକରେ ମିଳାଇଯ।ଇଥିଲା ସମସ୍ତ ଆନନ୍ଦ । ଜନ୍ମ ନେବାର ବର୍ଷକ ପରେ ପିଲାଙ୍କୁ ହୋଇଥିଲା ଥାଲାସେମିଆ ।

ପୁଣି ଗତ ବର୍ଷେ ତଳେ ପୁଅକୁ ହୋଇଛି ଡାଏବେଟିସ । ବେଡି ଉପରେ କୋରୋଡା ମାଡ ଭଳି ଲକଡାଉନ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତାଭାବ । ଭବିଷ୍ୟତ ନେଇ ଚିନ୍ତାରେ ବାପା ମାଆ । ଅର୍ଥାଭାବ ଅପେକ୍ଷା ବେଶୀ ବାଧୁଛି ପିଲାଙ୍କ ଦୟନୀୟ ଅବସ୍ଥା । ସେପଟେ ଜଣକ ରୋଜଗାରରେ ଚଳୁଛି ପୁରା ପରିବାର । ପୁଅ ଓ ଝିଅଙ୍କ ପାଇଁ ବାର ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି ବାପାମାଆ ।

ଏପରି ସମୟରେ ସେମାନଙ୍କୁ ରକ୍ତ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ସମସ୍ୟା ଶୁଣି ତୁରନ୍ତ ସାହାଯ୍ୟ ପାଇଁ ସେ ଦେଇଛନ୍ତି ପ୍ରତିଶ୍ରୁତି । ଭବିଷ୍ୟତ ଗଢିବା ବୟସରେ ଚୁପ ହୋଇଯାଇଛନ୍ତି 2 କଅଁଳ କଢି । ଜୀବନର ସବୁ ବସନ୍ତ ଦେଖିବା ଆଗରୁ ଝଡି ନ ଯାଆନ୍ତୁ ଏହା ଭଗବାନଙ୍କ ନିକଟରେ ପ୍ରାର୍ଥନା । ଦେଖିବାକୁ ବାକି ରହିଲା ତ୍ରିନାଥ ଓ ତୃପ୍ତିଙ୍କ ପାଖରେ କେବେ ପହଞ୍ଚୁଛି ସରକାରଙ୍କ ସାହାଯ୍ୟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.