ETV Bharat / state

ହିତାଧିକାରୀଙ୍କୁ ଦିଆଯାଉଛି ନିମ୍ନମାନର ଚାଉଳ, ଘଟଣାସ୍ଥଳରେ ଉତ୍ତେଜନା - complained of low-quality rice

ହିତାଧିକାରୀଙ୍କୁ ଦିଆଯାଉଛି ନିମ୍ନମାନର ଚାଉଳ । ସେଥିପାଇଁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଯୁଗଳ ଗ୍ରାମପଞ୍ଚାୟତରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ.....

tension prevailed in Mayurbhanj after beneficiaries complained of Substandard/low-quality rice
ହିତାଧିକାରୀଙ୍କୁ ଦିଆଯାଉଛି ନିମ୍ନମାନର ଚାଉଳ, ଘଟଣାସ୍ଥଳରେ ଉତ୍ତେଜନା
author img

By

Published : May 21, 2021, 5:20 PM IST

ବାରିପଦା: ରାଜ୍ୟ ସରକାରଙ୍କ ଟଙ୍କାକିଆ ଚାଉଳରେ ଅପମିଶ୍ରଣ । ହିତାଧିକାରୀଙ୍କୁ ଦିଆଯାଉଛି ନିମ୍ନମାନର ଚାଉଳ ଆଉ ସେଥିପାଇଁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଯୁଗଳ ଗ୍ରାମପଞ୍ଚାୟତରେ ଦେଖାଦେଇଛି ଉତ୍ତେଜନା ।

ହିତାଧିକାରୀଙ୍କୁ ଦିଆଯାଉଛି ନିମ୍ନମାନର ଚାଉଳ, ଘଟଣାସ୍ଥଳରେ ଉତ୍ତେଜନା

ସୂଚନା ଅନୁଯାୟୀ, ହିତାଧିକାରୀ ଚାଉଳ ନେବାପରେ ଚାଉଳରେ ପୋକ ସହ ଗୋଡି ମିଶା ଚାଉଳ ଦେଖିବାକୁ ପାଇଥିଲେ । ହିତାଧିକାରୀଙ୍କ ଅଭିଯୋଗ ଚାଉଳ ବିକ୍ରି ଦାୟିତ୍ୱରେ ଥିବା ଯୋଗାଣ ସହାୟକ ବାହାରୁ କମ ଦରରେ ଚାଉଳ ଆଣି ହିତାଧିକାରୀଙ୍କୁ ଦେଉଛି । ଶହ ଶହ ଲୋକ ଏକାଠି ରୁଣ୍ଡ ହୋଇ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯୋଗାଣ ସହାୟକଙ୍କୁ ଗୋଦାମ ତାଲା ପକାଇ ଦେଇଥିଲେ ।

ଖବରପାଇ ବେତନଟୀ ଓ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ଥିଲେ ମଧ୍ୟ ଲୋକମାନେ ଯୋଗାଣ ସହାୟକଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ଅନ୍ୟପକ୍ଷରେ ବେତନଟୀ ବିଡିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଯୋଗାଣ ସହାୟକଙ୍କୁ ଉଦ୍ଧାର କରି ବୈଶିଙ୍ଗା ପୋଲିସ ଅଟକ ରଖିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.