ରାଇରଙ୍ଗପୁର: ସିଏଏ ଓ ଏନଆରସିକୁ ବିରୋଧ କରି ବୁଧବାର ରାଇରଙ୍ଗପୁର ବନ୍ଦ । ବହୁଜନ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଉଥିବାବେଳେ, ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନକାରୀ ଓ ବିରୋଧଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ହାତାହାତି ସ୍ଥିତି ଉପୁଜିଥିଲା ।
ବନ୍ଦ ସମର୍ଥନକାରୀ ତଥା ସିଏଏ ଓ ଏନଆରସି ବିରୋଧୀ ଜାତୀୟ ପତାକାକୁ ଅସମ୍ମାନ କରୁଥିବା ଅଭିଯୋଗ କରି ବନ୍ଦକୁ ବିରୋଧ କରୁଥିଲେ ଲୋକେ ଉତ୍ତମମଧ୍ୟମ ଦେଉଥିବାର ଦେଖିବାକୁ ମିଳିଥିଲା । ଫଳରେ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏହା ସହ 5 ଜଣ ବନ୍ଦ ସମର୍ଥନକାରୀଙ୍କୁ ଅଟକ ରଖିବା ସହ ଗୋଟିଏ ଖେଳନା ପିସ୍ତଲକୁ ଜବତ କରିଛି ପୋଲିସ । ଏପରିକି ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଅନ୍ୟପଟେ, ରାଇରଙ୍ଗପୁର ସହର ସମେତ କରଞ୍ଜିଆ, ଯଶିପୁର, ରରୁଆଁ, ତିରିଂ, ବହଳଦା, ବିଶୋଇରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ରହିବା ସହ ଚକଅଖ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହାସହ ସ୍କୁଲ କଲେଜ, ଦୋକାନ ବଜାର ଓ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାର ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଭାବେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ