ETV Bharat / state

ଗଛରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଚିତ୍ରକର ସୁରେନ୍ଦ୍ର

ଆଜି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମଜୟନ୍ତୀରେ ନିଆରା ଢଙ୍ଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ବେହେରା । ଅଧିକ ପଢନ୍ତୁ...

ଗଛରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ସୁରେନ୍ଦ୍ର

author img

By

Published : Oct 9, 2020, 6:38 PM IST

ବାରିପଦା: ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱ କୋରୋନା ମହାମାରୀ ସହ ଲଢୁଥିବା ବେଳେ ଅବକ୍ଷୟମୁଖୀ ଜଙ୍ଗଲ ସମ୍ପଦ ସୁରକ୍ଷା ନେଇ ଚିନ୍ତାରେ ସମଗ୍ର ବିଶ୍ୱ । ଦିନକୁ ଦିନ ଜଙ୍ଗଲ ସମ୍ପଦର ଆଶାତୀତ ଅବକ୍ଷୟ ଅସୁନ୍ତଳିତ ପରିବେଶ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବିଶ୍ୱବ୍ୟାପୀ ବ୍ୟାପକ ଜଙ୍ଗଲ ସୃଷ୍ଟି ସହ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ହେଉଛି । ଆଜି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମଜୟନ୍ତୀରେ ନିଆରା ଢଙ୍ଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ବେହେରା ।

ଗଛରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ସୁରେନ୍ଦ୍ର

ସେ ନିଜ ଘର ବାଡ଼ିରେ ଥିବା ଏକ ଗମ୍ଭାରୀ ଗଛରେ ଗୋପବନ୍ଧୁଙ୍କ ଚିତ୍ର ଆଙ୍କିଛନ୍ତି । ଗଛରେ ଆଙ୍କିଥିବା ଚିତ୍ରରେ କୌଣସି କେମିକାଲ ରଙ୍ଗ ବ୍ୟବହାର କରିନାହାନ୍ତି ସମରେନ୍ଦ୍ର । ଗଛର ଗଣ୍ଡକୁ ଏକ ଛୁରୀ ସାହାଯ୍ୟରେ ଖୋଦେଇ ଆଙ୍କିଛନ୍ତି ଚିତ୍ର । ତେବେ ଆଗାମୀ ଦିନରେ ଏଭଳି ଅନେକ ଗଛରେ ମହାପୁରୁଷଙ୍କ ଚିତ୍ର ଆଙ୍କି ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସମରେନ୍ଦ୍ର ।

ଚିତ୍ରକର ସମରେନ୍ଦ୍ର ପେଶାରେ ଜଣେ ଅଧ୍ୟାପକ। ମୁଦ୍ରଣ କାଳରେ ସ୍ନାତକ ହାସଲ ପରେ ଏବେ କେନ୍ଦ୍ରାପଡା ଜିଲ୍ଲାରେ ଏକ ଘରୋଇ କଳା ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ତେବେ କୋରୋନା ମହାମାରୀ ପାଇଁ ମହାବିଦ୍ୟାଳୟ ବନ୍ଦ ଥିବାରୁ ଘରେ ବସି ନୂତନ ଚିନ୍ତାଧାରାରେ ଗଛରେ ମହାପୁରୁଷଙ୍କ ଚିତ୍ର ଆଙ୍କିଛନ୍ତି । ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଗଛରେ ତାଙ୍କ ଚିତ୍ର ଆଙ୍କିବାର ଅଭିନବ ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ପରିବେଶ ସୁରକ୍ଷା ପାଇଁ ଯୁବ ସମାଜକୁ ସେ ଉତ୍ସାହିତ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.