ETV Bharat / state

ଅଧ୍ୟକ୍ଷଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Oct 19, 2019, 2:36 PM IST

ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବି । ପ୍ରତିବାଦରେ କଲେଜ ଗେଟରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: କଲେଜ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାରକୁ ନେଇ ଅଶାନ୍ତ ଛାତ୍ରଛାତ୍ରୀ । ପ୍ରତିବାଦରେ କଲେଜ ଗେଟରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅଧିନରେ ଥିବା ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ।

ସୂଚନାନୁସାରେ, ମହାବିଦ୍ୟାଳୟର ଯୁକ୍ତ 3 ଦ୍ବିତୀୟ ବର୍ଷର ଜଣେ ଛାତ୍ର ନିଜର ସିଏଲସି ନେବା ପାଇଁ କଲେଜ ଆସିଥିଲେ । କିନ୍ତୁ ସିଏଲସି ନେବା ପୂର୍ବରୁ ୫ ହଜାର ଟଙ୍କା ଦେବାକୁ କହିଥିଲେ କଲେଜ ଅଧ୍ୟକ୍ଷ । ତେବେ ଶନିବାର ଉକ୍ତ ଛାତ୍ର ସିଏଲସି ଆଣିବାକୁ 5 ହଜାର ଟଙ୍କା ନେଇ ଆସିଥିବାବେଳେ କଲେଜ ଆକାଉଣ୍ଟଟାଣ୍ଟ ତାଙ୍କୁ ସାଢେ ୭ ହଜାର ଟଙ୍କା ମାଗିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମୟୂରଭଞ୍ଜ

ଉକ୍ତ ବଚସାକୁ କେନ୍ଦ୍ରକରି କଲେଜ ଅଧ୍ୟକ୍ଷ ମନୋଜ ସାହୁ ଏବଂ କଲେଜର ଆକାଉଣ୍ଟଟାଣ୍ଟ ଶଶିଭୂଷଣ ମିଶ୍ର ତାଙ୍କୁ ମାଡ଼ ମାରିଥିବା ନେଇ ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିଭିନ୍ନ ସମୟରେ ଉକ୍ତ କଲେଜର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରୁଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିସହିତ ତାଙ୍କର ବଦଳି ଦାବି କରିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:କଲେଜକୁ ସି ଏଲ ସି ନେବାକୁ ଆସିଥିବା ଜଣେ ଛାତ୍ରଙ୍କୁ ମାଡ ମାରିବା ସହିତ ବିଭିନ୍ନ ସମୟରେ
ଛାତ୍ରଛାତ୍ରୀମାନଙ୍କୁ ଗାଳିଗୁଲଜ କରୁଥୁବାରୁ ପ୍ରିନ୍ସପାଲଙ୍କ ବିରୋଧରେ ତାତିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପ୍ରିନ୍ସିପାଲଙ୍କ ବଦଳି ଦାବିରେ କଲେଜରେ ତାଲା ପକାଇବା ସହିତ ଟାୟାର ଜାଳି ବିଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।
Body:ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅଧିନ ପୂରୁଣାବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ରଛାତ୍ରୀ ଅଶାନ୍ତି। ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷରେ ଜଣେ ଛାତ୍ର ନିଜର ସି ଏଲ ସି ନେବା ନିମନ୍ତେ କଲେଜକୁ ଆସିଥିଲେ। କଲେଜରେ ପ୍ରିନସପାଲ ସି ଏଲ ସି ପାଇଁ ପୂର୍ବରୁ ୫ ହଜାର ଟଙ୍କା ଦେଲେ ସିଏଲ ସି ମିଳିବ ବୋଲି କହିଥ୍‌ଲେ । ତେବେ ଆଜି ଛାତ୍ର ଜଣକ ସିଏଲ ସି ଆଣିବାକୁ ଯାଇଥିବା ବେଳେ ୫ ହଜାର ପରିବର୍ତ୍ତେ ସାଢେ ୭ ହଜାର
ଦେଲେ ସି ଏଲ ସି ମିଳିବ ବୋଲି କହିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥୁଲା । ଏହି ଝଗଡାକୁ କେନ୍ଦ୍ରକରି ପ୍ରିନ୍ସପାଲ ମନୋଜ ସାହୂ ଏବଂ କଲେଜର ଆକାଉଂଟାଂଟ ଶଶିଭୃଷଣ ମିଶ୍ର ମାଡ଼ ମରିଥିବାର ଛାତ୍ର ଜଣକ ଅଭିଯୋଗ
କରିଛନ୍ତି । ଯାହାକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ଶେଷରେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷେଭ ପୂଦର୍ଶନ କରିଛନ୍ତି । ତେବେ ବିର୍ଜିନ୍ନ ସମୟରେ କଲେଜ ପ୍ରିନ୍ନିପାଲ ଛାତ୍ରଛାତ୍ରୀଙ୍କ ପ୍ରତି ଏପରି ଆଚରଣ ରଖ୍‌ ଆସୁଥୁବାରୂ ତାଙ୍କର ବଦଳି ଦାବି କରି ଛାତ୍ରଛାତ୍ରୀମାନେ ଜିଦରେ ଅଟଳ ରହି କଲେଜ ଫାଟକରେ ତାଲା ପକାଇଛନି । ପୋଲିସ୍‌ ଆସି ଘଟଣାସୂଳରେ ବୂଝାସୂଝା କରୁଛି |
ବାଇଟ-1-ଦେବାଶିଷ ମହାନ୍ତ-ମାଡ଼ ଖାଇଥିବା ଛାତ୍ର
ବାଇଟ୍‌ ୨ - ପାଏଲ ନାଏକ (କଲେଜର ଛାତ୍ରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.