ବାରିପଦା: ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଛାତ୍ର ଜଣଙ୍କ ବିଦ୍ୟାଳୟ ଯିବାକୁ ମନା କରିବାରୁ ଘରଲୋକ ତାଙ୍କୁ ବାଧ୍ୟ କରିଥିଲେ । ଫଳରେ ଛାତ୍ର ଜଣକ ଘରେ କବାଟ ବନ୍ଦ କରି ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବଡ଼ସାହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଗୁରୁତର ହେବାରୁ ତାଙ୍କୁ ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଜଣକ ହେଉଛନ୍ତି ନବୀନ ମାରାଣ୍ଡିଙ୍କ ପୁଅ କାଳିଦାସ ମାରାଣ୍ଡି(13) ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ