ETV Bharat / state

ଛାତ୍ରୀ ମୃତ୍ୟୁ ଘଟଣା, 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ - rairangpur police

ଗତ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳ ଛାତ୍ରୀ ମୃତ ଘଟଣା । 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ ।

ଛାତ୍ରୀ ମୃତ ଘଟଣା, 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ
author img

By

Published : Aug 29, 2019, 3:25 PM IST

ରାଇରଙ୍ଗପୁର: ଗତ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଆଇରନ ବୋଝେଇ ଡମ୍ଫର ଚାପାରେ ଆରତୀ ବଦ୍ରା ନାମକ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଛାତ୍ରୀ ମୃତ ଘଟଣା, 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ

ତେବେ ଡମ୍ଫର ଚାଳକକୁ ଉତ୍ତ୍ୟକ୍ତ ଲୋକେ ପୋଲିସ ସମ୍ମୁଖରେ କଙ୍ଗାରୁ କୋର୍ଟ କରି ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ । ଏହାସହ ଆଇରନ ମାଇନ୍ସ କାର୍ଯାଳୟ ଘେରାଉ କରି ଭଙ୍ଗାରୁଜା କରିଥିଲେ । ଏନେଇ ପୋଲିସକୁ ଉକ୍ତ ଡମ୍ଫର ଚାଳକର ଭାଇ ଏବଂ ଆଇରନ ମାଇନ୍ସ ମାଲିକ ଏକ ଲିଖିତ ଅଭିଯୋଗ କରିଥିଲେ ।

ଯାହାକୁ ନେଇ ଗତକାଲି(ବୁଧବାର) ରାତିରେ ବାଦାମପାହାଡ ପୋଲିସ ବାଦାମପାହାଡ ଅଞ୍ଚଳରୁ ସାତ ଜଣକୁ ଗିରଫ କରିଛି । ପରେ ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରି ମାଇନା କରାଇ ରାଇରଙ୍ଗପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।

ଏହାସହ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗତ ମଙ୍ଗଳବାର ଦିନ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଆଇରନ ବୋଝେଇ ଡ଼ମ୍ଫର ଚାପାରେ ଆରତୀ ବଦ୍ରା ନାମକ ଜଣେ ପ୍ରଥମ ଶ୍ରେଣୀ ର ଛାତ୍ରୀ ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଡ଼ମ୍ଫର ଚାଳକକୁ ଉତ୍ତ୍ୟକ୍ତ ଲୋକେ ପୋଲିସ ସମ୍ମୁଖରେ କଙ୍ଗାରୁ କୋର୍ଟ କରି ପ୍ରବଳ ମାଡ ମାରି ଲହୁଲୁହାଣ କରି ଦେଇଥିଲେ ତା ସହିତ ଆଇରନ ମାଇନ୍ସ କାର୍ଯାଳୟ ଘେରାଉ କରିବା ସହିତ ଭଙ୍ଗାରୁଜା କରିଥିଲେ। ଗୁରୁତର ଅବସ୍ଥାରେ ଡ଼ମ୍ଫର ଚାଳକକୁ ରାଇରଙ୍ଗପୁର ଓ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଡମ୍ଫର ଚାଳକ ବିଶ୍ବନାଥ ହାଁସଦା ଙ୍କ ଅଭିଯୋଗ କ୍ରମେ ବାଦାମପାହାଡ ପୋଲିସ ଏକ ମାମଲା ରୁଜୁ କରିଥିଲେ। ତେବେ ମାଇନ୍ସ କାର୍ଯ୍ୟାଳୟ ଭଙ୍ଗାରୁଜା, ଡ୍ରାଇଭର କୁ ମରଣାନ୍ତକ ଆକ୍ରମଣ, କାର୍ଯ୍ୟ ରେ ଥିବା ସରକାରୀ କର୍ମଚାରୀ ଙ୍କୁ ମାଡ଼ ମାରିବା, ବେନିୟମ ରାସ୍ତା ଅବରୋଧ ଇତ୍ୟାଦି ମାମଲା ରେ ଗତକାଲି ରାତିରେ ବାଦାମପାହାଡ ପୋଲିସ ବାଦାମପାହାଡ ଅଞ୍ଚଳରୁ ଛଅ ଜଣକୁ ଗିରଫ କରିଥିଲେ। ଆଜି ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣି ସେମାନଙ୍କ ଡାକ୍ତରି ମାଇନା କରାଇବା ପରେ ରାଇରଙ୍ଗପୁର ଏସଡିଜେଏମ କୋର୍ଟ ରେ ହାଜର କରାଇଥିଲେ ପରେ ସେମାନଙ୍କୁ କୋର୍ଟ ରୁ ରାଇରଙ୍ଗପୁର ଉପକାରାଗାର ପଠାଇଦିଆ ଯାଇଥିଲା। ସେହି ମାମଲା ରେ ସଂପୃକ୍ତ ଥିବା ଅନ୍ୟ ଅପରାଧି ମାନଙ୍କୁ ଗିରଫ କରିବା ପାଇଁ ବାଦାମପାହାଡ ପୋଲିସ ଉଦ୍ୟମ ଜାରି ରଖିଥିବା ଜଣାପଡିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.