ETV Bharat / state

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା

author img

By

Published : Nov 12, 2021, 6:29 PM IST

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା । ଏହାସହ ଧାରଣା ମଧ୍ୟ ଦେଇଛନ୍ତି । ଦଶ ଦଫା ଦାବି ନେଇ ବିଶ୍ୱବିଦ୍ୟାଳୟରେ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ....

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା

ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା । ଏହାସହ ଧାରଣା ମଧ୍ୟ ଦେଇଛନ୍ତି ଛାତ୍ରଛାତ୍ରୀ । ହଷ୍ଟେଲ ରିଆଡ଼ମିସନ ଫି’ ଦାବି ହ୍ରାସ, ଛାତ୍ର ପରିଷଦ ଗଠନ ଦାବି, ୱାଇ ଫାଇ କ୍ୟାମ୍ପସ ଏଭଳି ଦଶ ଦଫା ଦାବି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । କୋରୋନା ମହାମାରୀର ପ୍ରକୋପ କମି ନଥିଲା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥିବା ବେଳେ ହଷ୍ଟେଲ ଫି ଦେବାକୁ ଅସମର୍ଥ ହେଉଛନ୍ତି ଶତାଧିକ ପରିଵାର।

ତେବେ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ୱାଇଫାଇ କ୍ୟାମ୍ପସ ନହେବା ପରିତାପର ବିଷୟ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ଗତ ସାତ ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଯାଇଥିଲେ । ହେଲେ ଏହାର ସମାଧାନ ହୋଇନଥିବା ବେଳେ ଆସନ୍ତା ୧୫ତାରିଖ ପ୍ରେରଣା ଛାତ୍ର ବୃତ୍ତି ଶେଷ ତାରିଖ ରହିଥିବା ହେତୁ ଆଜି(ଶୁକ୍ରବାର) ବାଧ୍ୟ ହୋଇ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପାଠକୁ ବନ୍ଦ ରଖିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.