ETV Bharat / state

ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଯାପିତ

author img

By ETV Bharat Odisha Team

Published : Sep 26, 2023, 11:15 AM IST

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମରେ 3 ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗୀତା ଉଦଯାପିତ । ଅଧିକ ପଢ଼ନ୍ତୁ

ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା
state level archery competition
ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା

ରାଇରଙ୍ଗପୁର: ତିନି ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗୀତା ଉଦଯାପିତ । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ତୀରନ୍ଦାଜ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ତେବେ ଏହି ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ ଦେବାଶିଷ ମାରାଣ୍ଡି ଯୋଗ ଦେଇଥିଲେ ।

ଉକ୍ତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତାରେ ୧୪ ଓ ୧୭ ବର୍ଷରୁ କମ୍‌ ବୟସର ବାଳକବାଳିକା ମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ରାଜ୍ୟର ୧୫ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପାଖାପାଖି ୨୫୫ ଜଣ ଛାତ୍ରଛାତ୍ରୀ ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୨୨ ଜଣ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେହିପରି ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା ।

ସେମାନେ ହେଲେ ୧୭ ବର୍ଷରୁ କମ ବାଳକ ବିଭାଗରେ କଳାହାଣ୍ଡିର ବିକ୍ରମ ମାଝୀ, ଭୁବନେଶ୍ୱରର ରସାନନ୍ଦ ବିରୁଆ, ବାଳିକା ବିଭାଗ ସମ୍ବଲପୁରର ଚାନ୍ଦୁ ନାଗ, ସୁନ୍ଦରଗଡ଼ର ସୁମିତ୍ରା ସନ୍ତା, ମୟୂରଭଞ୍ଜର ଶାଲହ ମାରାଣ୍ଡି । ସେହିପରି ୧୪ ବର୍ଷରୁ କମ୍ ବାଳକ ବିଭାଗରେ ସମ୍ବଲପୁରର ଦିଲ୍ଲୀପ କୁଣ୍ଡୁଲିଆ, କୋରାପୁଟର ଭଗବତ୍ ବଳିଆର ସିଂହ, ବାଳିକା ବିଭାଗରେ ଭୁବନେଶ୍ୱରର ମନିଷା ଗାଇଁଥା, ମୟୂରଭଞ୍ଜର ଲିପସା ମହାନ୍ତ, ଭୁବନେଶ୍ୱରର ସଖୀ ବେହେରା । ସେପଟେ ଅନ୍ୟ ଜିଲ୍ଲା ସହିତ ମୟୂରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ତୀରନ୍ଦାଜ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ । ପ୍ରତିଭାଶାଳୀ ଖେଳାଳିଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରିଲେ ସେମାନେ ନିଶ୍ଚିତ ଭାବେ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରି ପାରିବେ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି ,"ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତାର ଶେଷ ଦିବସ ସୋମବାର ଥିଲା । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଯୋଗ ଦେଇଥିଲେ । ପିଲାମାନେ ବର୍ଷା ସତ୍ତ୍ବେ ଭଲ ପ୍ରଦର୍ଶନ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ପିଲାମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ପ୍ରତିଭାଶାଳୀ ପିଲାମାନଙ୍କୁ ସରକାରଙ୍କ ପ୍ରୋତ୍ସାହନ ମିଳିଲେ ସେମାନେ ନିଶ୍ଚିତ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ।"

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.