ETV Bharat / state

ଅଲୋଡା ମା’: ପୁଅ କଲା ପର, ଆଶ୍ରା ଦେଇଛି ବୃଦ୍ଧାଶ୍ରମ

author img

By

Published : May 10, 2021, 7:30 AM IST

ଆଜିବି ଅନେକ ମା’ ନିଜ ସନ୍ତାନଙ୍କ ଦ୍ବାରା ଅବହେଳିତ ଆଉ ନିଷ୍ପେସିତ । ସେଥିପାଇଁ ସେମାନେ ଜୀବନର ଶେଷ ସମୟରେ ବୃଦ୍ଧାଶ୍ରମରେ ଆଶ୍ରିତ । ଦେଖନ୍ତୁ ସ୍ବତନ୍ତ୍ର ଉପସ୍ଥାପନା...

ବୃଦ୍ଧ ବୟସରେ ଆଶ୍ରା ବୃଦ୍ଧାଶ୍ରମ
ବୃଦ୍ଧ ବୟସରେ ଆଶ୍ରା ବୃଦ୍ଧାଶ୍ରମ

ବାରିପଦା: ସମୟ ଥିଲା ଯେତେବେଳେ ଆମ ସମାଜରେ ଯୌଥ ପରିବାର ପ୍ରଥା ପ୍ରଚଳିତ ଥିଲା । ହେଲେ ଧୀରେ ଧୀରେ ମଣିଷ ଏତେ ଆତ୍ମକେନ୍ଦ୍ରିକ ହୋଇଗଲା ଯେ ଦାଦା, ବଡବାପା ତ ଦୂରର କଥା ନିଜ ଜନ୍ମ କଲା ବାପା ମାକୁ ହତାଦର କରିବା ଆରମ୍ଭ କଲା । ଏପରିକି ବୃଦ୍ଧା ବୟସରେ ନିଜ ମାଙ୍କୁ ବୃଦ୍ଧାଶ୍ରମରେ ଫୋପାଡ଼ି ଦେବାକୁ ମଧ୍ୟ ପଛାଇଲା ନାହିଁ । ବିଶ୍ବ ମାତୃ ଦିବସ ଅବସରରେ ଆମେ ପ୍ରତିନିଧି ପହଞ୍ଚିଥିଲେ ବାରିପଦା ବୃଦ୍ଧାଶ୍ରମରେ, ଯେଉଁଠି ଅନେକ ପରିତ୍ୟକ୍ତା ମା’ ରହୁଛନ୍ତି ।

ବୃଦ୍ଧ ବୟସରେ ଆଶ୍ରା ବୃଦ୍ଧାଶ୍ରମ

ବାରିପଦା ସହର ଉପକଣ୍ଠରେ ଥିବା ବୃଦ୍ଧାଶ୍ରମକୁ ପଶିବା ବେଳେ ଆମ ମନରେ ଥିଲା ଅନେକ ଆଶଙ୍କା । ଆଉ କେହି ନୁହେଁ ବରଂ ନିଜ ଜନ୍ମ ଦେଇଥିବା ସନ୍ତାନ ସନ୍ତତିଙ୍କ ଦ୍ବାରା ନିର୍ଯାତିତ ହୋଇ ପ୍ରତିଟି ମୁହୂର୍ତ୍ତକୁ ମରି ମରି ବଞ୍ଚୁଥିବା ମା ମାନଙ୍କୁ ସାମ୍ନା କରିବାର ସାହସ ଜୁଟାଇ ଆମେ ପହଞ୍ଚିଥିଲୁ ସେଠାରେ । କିଛି ମା’ ନିଜ ନିଜ ମଧ୍ୟରେ ସୁଖ ଦୁଃଖ ହେଉଥାନ୍ତି ତ ଆଉ କିଛି ଗୁମସୁମ ହୋଇ ବସିଛନ୍ତି । ଆଉ କେହି ନିଜ ଦୁଃଖ ଭୁଲିବାକୁ ଲୁଡୁ ଖେଳୁଛି ତ ଆଉ କିଏ ଛୋଟ ଛୁଆ ପରି ଗୁଡିରେ ଖେଳୁଛି । ନିଜ ପେଟରୁ କାଟି ପୁଅ ପେଟକୁ ଦାନା ଦେଇ ମା’ଟି ଆଜି ହତବାକ ହୋଇଯାଇଛି ।

ପୁଅ ଠାରୁ ନିର୍ଯାତିତ ହୋଇ ବିପଦ ଆପଦ ଆସିଲେ ଯେଉଁ ପଣତ କାନିରେ ପୁଅକୁ ଢାଙ୍କି ଦେଉଥିଲା ଆଜି ସେଇ ପଣତ କାନିରେ ନିଜ ଆଖି ଲୁହ ପୋଛୁଛି । କିଏ ମାତାଲ ପୁଅର ଲାଞ୍ଛନୀର ଶିକାର ହୋଇଛି ତ ଆଉ କିଏ ପରିବାର ଦୁର୍ଘଟଣାରେ ମୃତ୍ୟୁ ପରେ ବୃଦ୍ଧାଶ୍ରମକୁ ଘର ଭାବେ ବାଛି ନେଇଛି । ଏମିତି ଅନେକ କାହାଣୀ ଏମାନଙ୍କ ମଧ୍ୟରେ ଅଲୋଡା ହୋଇଯାଇଛନ୍ତି ଏମାନେ । ସ୍ୱାଭିମାନ ସହିତ ବଞ୍ଚିବା ପରିବର୍ତ୍ତେ ଅଜଣା ଅଚିହ୍ନା ଲୋକଙ୍କ ଦୟାର ପାତ୍ର ସାଜିଛନ୍ତି ଏମାନେ । ଆଉ ସେମାନଙ୍କ ଏପରି ଦୁର୍ଦ୍ଦଶାର କାରଣ ନିଜ ଗର୍ଭରୁ ଜନ୍ମ ନେଇଥିବା ପୁଅ ମାନେ ।

ଅବଶ୍ୟକତା ଠାରୁ ଅଧିକ ବସ୍ତୁବାଦୀ ହେବା ଫଳରେ ଭାରତୀୟ ସମାଜରେ ସାମାଜିକ ମୂଲ୍ୟବୋଧ ବୋଲି କିଛି ନାହିଁ । ଅଧିକାଂଶ ଘର ବୟସ୍କ ବୟସ୍କା ମାନେ ସେମାନଙ୍କ ଗୁରୁତ୍ୱ ହରାଇଛନ୍ତି ଉପେକ୍ଷିତ ହେଉଛନ୍ତି, ନିର୍ଯାତିତ ହେଉଛନ୍ତି, ସିନିୟର ସିଟିଜେନ କେୟାର ଆଣ୍ଡ ପ୍ରୋଟେକ୍ସନ ଆକ୍ଟ-2007 ମସିହାରେ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି । ତଥାପି ପୁଅ ମାନଙ୍କ ଏପରି କାରନାମା ସତ୍ତ୍ବେ କୌଣସି ମା ପୁଅଙ୍କ ବିରୋଧରେ କେଶ କରିବାକୁ କୁଣ୍ଠାଦୋଧ କରୁଛନ୍ତି । ସେଥିପାଇଁ ସେମାନେ ସର୍ବଂସହା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.