ରାଇରଙ୍ଗପୁର: ବାପାର ମୃତ୍ୟୁ ଖବର ଶୁଣି ପୁଅର ମୃତ୍ୟୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନସ୍ଥ ଖେଜୁରି ଗାଁରେ । ମୃତକ ହେଲେ ମିର୍ଜା ସୋରେନ ।
ଘଟଣାଟି ଏମିତି, ବୁଧବାର ମିର୍ଜା ନିଜ ଶ୍ବଶୁର ଘରକୁ ଯାଇଥିଲେ । ହଠାତ୍ ଖବର ଆସିଲା ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି । ଖବର ଶୁଣି ନିଜ ସ୍ତ୍ରୀ ଓ ଶଳାକୁ ନେଇ ବାଇକ ଯୋଗେ ଫେରୁଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଫେରିବା ବାଟରେ ହିଁ ହଠାତ୍ ଅସୁସ୍ଥ ହୋଇପଡିଥିଲେ ମିର୍ଜା । ତାଙ୍କୁ ତୁରନ୍ତ ସ୍ତ୍ରୀ ଓ ଶଳା ଏକ ଅଟୋ ଯୋଗେ ରାଇରଙ୍ଗପୁର ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ