ମୟୂରଭଞ୍ଜ: କୁକୁଡା ଭାଡିରୁ ନାଗ ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ତେବେ ନାଗ ସାପଟି ଗୋଟିଏ କୁକୁଡାକୁ ମାରିଥିବାବେଳେ ଅଣ୍ଡା ଗିଳି ଦେଇଥିଲା । ଆଉ ଉଦ୍ଧାର ହେବା ପରେ ସାପଟି ଓଗାଳିଛି ଗିଳିଥିବା ସାତଟି ଅଣ୍ଡା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ।
ତେବେ ଆଜି(ଶନିବାର) ସିଦ୍ଧାର୍ଥ ମଲ୍ଲିକଙ୍କ ଘର କୁକୁଡା ଭାଡିରେ ଏକ ନାଗ ସାପ ପଶିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ସାପଟି କୁକୁଡା ଭାଡିରେ ଏକ କୁକୁଡା ମାରି ଦେଇଥିବା ସହ ସାତଟି ଅଣ୍ଡା ଗିଳି ଦେଇଥିଲା ।
ଏହାପରେ ପରିବାର ଲୋକେ ସ୍ନେକ୍ ହେଲ୍ପ ଲାଇନରେ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅଵସ୍ଥାରେ ଉଦ୍ଧାର କରିଥିଲେ। ତେବେ ଏହା ପରେ ଉଦ୍ଧାର ସାପଟି ନିଜ ପେଟ ଭିତରେ ଗିଳି ଥିବା ସାତୋଟି ଅଣ୍ଡାକୁ ବାହାର କରିଥିଲା । 7 ଟି ଅଣ୍ଡା ଭିତରୁ ଗୋଟିଏ ଅଣ୍ଡା ଫାଟି ଯାଇଥିବାବେଳେ ଆଉ 6ଟି ଅଣ୍ଡାକୁ ଓଗାଳିଥିଲା ନାଗ ସାପ । ଏହାପରେ ଉଦ୍ଧାର ନାଗ ସାପକୁ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ