ETV Bharat / state

ଚଳନ୍ତା ଗାଡିରେ ଫଣା ଟେକିଲା ନାଗସାପ

ପାଲବଣି ନିକଟରେ ବାଇକ ହେଡଲାଇଟରେ ଲୁଚି ରହିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 23, 2019, 8:35 PM IST

ବାରିପଦା: ସହର ଉପକଣ୍ଠର ପାଲବଣି ନିକଟରେ ବାଇକ ହେଡଲାଇଟରେ ଲୁଚି ରହିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି । ହଠାତ୍‌ ଚଳନ୍ତା ବାଇକରେ ନାଗସାପକୁ ଦେଖି ଚାଳକ ଜଣକ ଭୟଭୀତ ହୋଇପଡିଥିଲେ। ସାପଟି ଚାଳକଙ୍କୁ ଚୋଟ ମାରିଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଥିଲେ ବାଇକ ଚାଳକ। ଏହାପରେ ସେ ସାପଧରାଳିଙ୍କୁ ଖବର ଦେଇଥିଲେ । ସାପକୁ ଗାଡିରୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ, ବାଇକ ଚାଳକ ଜଣକ କୌଣସି ସ୍ଥାନକୁ ଯାଉଥିବାବେଳେ ହଠାତ ଚଳନ୍ତା ଗାଡିରେ ସାପଟିକୁ ଦେଖିଥିଲେ । ଏହାପରେ ଜିଲ୍ଲାର ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କୁ ଖବର ଦେଇଥିଲେ । କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ନାଗସାପଟିକୁ ଗାଡି ଭିତରୁ ବାହାର କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବ। ବାଇକରେ ଲୁଚି ରହିଥିଲା ନାଗସାପ । ହେଡଲାଇଟ ପଛରେ ରହିଥିଲା ନାଗସାପକୁ ଦେଖି ବାଇକ ଚାଳକ ଭୟଭିତ ହୋଇପଡିଥିଲେ। ସାପର ଚୋଟରୁ ଅଳ୍ପକେ ବର୍ତ୍ତିଥିଲେ ବାଇକ୍ ଆରୋହୀ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଅନ୍ତର୍ଗତ ପାଲବଣି ନିକଟରେ ଦେଖିବାକୁ ମିଳିଛି। ବାଇକ୍ ଚାଳକ ଜଣକ ନିଜ ବାଇକ୍ ସାହାର୍ଯ୍ୟରେ କୌଣସି ସ୍ଥାନକୁ ଯାଉଥିବାବେଳେ ହଠାତ୍ ସାପଟିକୁ ଦେଖିଥିଲେ । ପ୍ରଥମେ ଡରି ଯାଇଥିବା ବାଇକ୍ ଆରୋହୀ ଜିଲ୍ଲାର ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଚୟତଙ୍କୁ ଖବର ଦେଇଥିଲେ । କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ନାଗସାପଟିକୁ ଅତି ସତର୍କତାର ସହିତ ଗାଡି ଭିତରୁ ବାହାର କରିଥିଲେ । ପରେ ସେ ସାପଟିକୁ ପାଖ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.