ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଗୁରୁଗୁଡ଼ିଆ ରେଞ୍ଜରେ ଏକ ଆଠ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି ।
ଚହକା ଗ୍ରାମର ପଙ୍କଜ ମହାନ୍ତଙ୍କ ଛେଳି ଗୁହାଳରୁ ଏହି ଅଜଗର ସାପ ଉଦ୍ଧାର କରିଛି ବନ ବିଭାଗ । ପଙ୍କଜ ମହାନ୍ତ ତାଙ୍କ ଛେଳି ଗୁହାଳରେ ଏକ ବିରାଟ ଅଜଗର ସାପ ଦେଖି ଯଶୀପୁର ବନ ବିଭାଗ କୁ ଖବର ଦେଇଥିଲେ । ଯଶୀପୁର ବନ ବିଭାଗର କର୍ମଚାରୀ ମାନେ ଆସି ଅଜଗର ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି ।
ରାଇରଙ୍ଗପୁର ରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ