ETV Bharat / state

ଓଲଟିଲା ଯାତ୍ରୀବାହୀ ବସ, ୬ ଆହତ - ରାଇରଙ୍ଗପୁର କୁମାରଡୁଙ୍ଗିରେ ଅଘଟଣ

ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ (Bus overturns) । ଏହି ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି (Six injured as bus overturns)। ଅଧିକ ପଢ଼ନ୍ତୁ

ଓଲଟିଲା ଘରୋଇ ଯାତ୍ରୀବାହୀ ବସ, ୬ ଆହତ
ଓଲଟିଲା ଘରୋଇ ଯାତ୍ରୀବାହୀ ବସ, ୬ ଆହତ
author img

By

Published : Nov 17, 2022, 7:51 PM IST

ରାଇରଙ୍ଗପୁର : ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ (Bus overturns) । ଏହି ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି (Six injured as bus overturns)। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର ଘୁଳଘୁଳିଆ ଗ୍ରାମ ନିକଟସ୍ଥ କୁମାରଡୁଙ୍ଗି ରାସ୍ତାରେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା (bus overturns in Kumardungi road)।

ଓଲଟିଲା ଘରୋଇ ଯାତ୍ରୀବାହୀ ବସ, ୬ ଆହତ

ସାଗର ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ଝାରଖଣ୍ଡ ରାଜ୍ୟର କୁମାରଡୁଙ୍ଗି ଯାଉଥିଲା( Kumardungi road at Rairangpur) । ମୋଟ୍ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସଟି ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଭାରସାମ୍ୟ ହରାଇଥିଲା । ଫଳରେ ଏକ ଗଛରେ ପିଟି ହୋଇ ରାସ୍ତା କଡ଼କୁ ଓଲଟି ପଡିଥିଲା।

ଏଥିରେ ବସ ଯାତ୍ରୀ ମାନଙ୍କ ମଧ୍ୟରୁ ୬ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ପଠାଇ ଥିଲେ। ତେବେ ସେଠାରେ ଆହତ ଯାତ୍ରୀମାନଙ୍କର ଚିକିତ୍ସା ଜାରି ରହିଛି। ସେପଟେ ମହୁଲଡିହା ଥାନା ପୋଲିସ ଉକ୍ତ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି (Rairangpur)।

ଏ ସମ୍ପର୍କରେ ଜଣେ ଯାତ୍ରୀ କହିଛନ୍ତି, ''ଆମେ ବସରେ ବସିଲା ବେଳଠୁ ସବୁ ଠିକଠାକ୍ ଥିଲା । ହେଲେ ରାତି ୨ଟାରେ ହଠାତ୍ ବସ ଡ୍ରାଇଭରଙ୍କ ନିଦରେ ଆଖି ଲାଗିଯାଇଥିଲା । ଫଳରେ ବସଟି କୁମାରଡୁଙ୍ଗି ରାସ୍ତାରେ ଭାରସାମ୍ୟ ହରାଇ ପଡ଼ିଥିଲା । ଡ୍ରାଇଭର ଜଣକ ହଠାତ ବସକୁ ନିୟନ୍ତ୍ରଣକୁ ଆଣି ନପାରିବାରୁ ବସଟି ଏକ ଗଛରେ ପିଟି ହୋଇ ତାହା ଓଲଟି ପଡ଼ିଥିଲା । ତେବେ ଏହି ବଡ଼ ଦୁର୍ଘଟଣାରେ କାହାର ବଡ଼ କିଛି କ୍ଷତି ଘଟି ନାହିଁ । ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ। ତେବେ ଏହି ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି ।''

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆହତ ହୋଇଥିବା ବ୍ୟକ୍ତିମାନେ ଭୟଭୀତ ହୋଇ ପଡ଼ିଛନ୍ତି । ଯେତେବେଳେ ବସଟି ଓଲଟିଥିଲା ସେତେବେଳେ ସେମାନେ ବଞ୍ଚିବେ ବୋଲି ଭାବି ନଥିଲେ । ତେବେ ଭଗବାନଙ୍କ ଦୟାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ ଭିତରୁ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କୁ ଔଷଧ ଦିଆଯାଇ ଚିକିତ୍ସା କରାଯାଉଛି । ତେବେ ଅବସ୍ଥା ସମସ୍ତଙ୍କର ସୁସ୍ଥ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.