ETV Bharat / state

7 ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

author img

By

Published : Nov 1, 2020, 10:00 AM IST

Updated : Nov 1, 2020, 10:43 PM IST

କୋରୋନା କଟକଣାରେ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । କୋଭିଡ ଗାଇଡଲାଇନ ସହ ପର୍ଯ୍ୟଟକଙ୍କୁ ଅନୁମତି । ପ୍ରଥମ ଦିନରେ ପ୍ରବେଶ କଲେ 200 ପର୍ଯ୍ୟଟକ । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । କୋରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଥିଲା । ତେବେ ପ୍ରଥମ ଦିନରେ 200 ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ପ୍ରବେଶ କରିଛନ୍ତି ।

7 ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

କୋରୋନା କଟକଣା ମଧ୍ୟରେ ଆଜି ଠାରୁ ଅଭୟାରଣ୍ୟ ବୁଲିବାକୁ ଅନୁମତି ମିଳିଛି । ପୂର୍ବ ପରି ବାରିପଦା ପିଠାବଟା ଗେଟ ଦେଇ 25ଟି ଓ ଜଶିପୁର କାଳିଆଣି ଗେଟ ଦେଇ ୩୫ ଟି ଗାଡି ପାଇଁ ଅନୁମତି ଦିଆଯାଇଛି । ଆଜି ପ୍ରଥମ ଦିନରେ ବାରିପଦା ପିଠାବଟା ଦେଇ 23 ଟି ଗାଡି ଯିବା ସହ କାଳିଆଣି ଦେଇ 6ଟି ଗାଡି ପ୍ରବେଶ କରିଛି । ପ୍ରତିଦିନ ସକାଳ 6ଟାରୁ 9ଟା ମଧ୍ୟରେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ନେଇ ପାରିବେ । ଯାତ୍ରା ସମୟରେ ପର୍ଯ୍ୟଟକମାନେ କୋଭିଡ ନିୟମକୁ ମାନି ଚଳିବେ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଗାଇଡ ଲାଇନ ଜାରି କରିଛନ୍ତି । ଯଦି ଗାଡି ଚାଳକ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ପୁର୍ନବାର ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । ଯଦି କୌଣସି କାରଣ ବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହୁଏ ତେବେ ପର୍ଯ୍ୟଟକଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ୪ ହଜାର ଟଙ୍କା ଜମା ଦେବାକୁ ହେବ ।

ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡଗୁଡଇ ଆଦି ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯାଉଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶରେ ର୍ନିମିତ କଟେଜର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ www.ecotourodisha.comରେ ଆଗୁଆ ରିଜର୍ଭେସନ କରାଇବାକୁ ପଡିବ ।

ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପତ୍ତି ମଝିରେ ମଝିରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ବାରା ତଦାରଖ କରାଯିବ ଓ ପାରିପାର୍ଶ୍ବିକ ଅବସ୍ଥାକୁ ନଜରକୁ ନେଇ ପରବର୍ତ୍ତୀ ନିଷ୍ପତି ନିଆଯିବ । ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡକୁ ସାଥୀରେ ନେବା ବାଧ୍ୟତାମୂଳକ l

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ରାଇରଙ୍ଗପୁରରୁ ସଞ୍ଜୟ ପରିଡା ଇଟିଭି ଭାରତ

Last Updated : Nov 1, 2020, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.