ETV Bharat / state

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜମୁଛି ଭିଡ

ଦୀର୍ଘ ସାଢେ ଚାରିମାସ ପରେ ଆଜି ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମିଛି ଭିଡ଼ । ଅଧିକ ପଢ଼ନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
author img

By

Published : Nov 1, 2019, 3:01 PM IST

Updated : Nov 1, 2019, 3:22 PM IST

ବାରିପଦା: ବର୍ଷା ଋତୁ ପାଇଁ ଗତ ଜୁନ 15 ତାରିଖରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ପର୍ଯଟକଙ୍କ ପାଇଁ ଆଜି ଖୋଲାଯାଇଛି। ସାଢ଼େ ଚାରିମାସର ବ୍ୟବଧାନ ପରେ ଶୀତ ୠତୁରେ ଖୋଲିଛି ଶିମିଳିପାଳ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଶୁକ୍ରବାର ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ପିଠାବଟା ଗେଟ ନିକଟରେ ପହଁଞ୍ଚିଥିଲେ । ପ୍ରଥମ ଦିନରେ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଛି। ଅନ୍ୟପକ୍ଷରେ ପ୍ରଥମ ଦିନ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।

ତେବେ ପ୍ରତ୍ୟେକ ଦିନ ସକାଳ 6 ଟା ରୁ 9 ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ ଦେଇ ସର୍ବାଧିକ 25ଟି ଚାରିଚକିଆ ଯାନ ଓ ଜଶିପୁରର କାଳିଆଣି ଗେଟରେ ସର୍ବାଧିକ 35ଟି ଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହାତୀ ପିଠିରେ ବସି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପ୍ରତ୍ୟେକ ପର୍ଯ୍ୟଟକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Opening PTCBody:Opening PTC
ବର୍ଷା ଋତୁ ପାଇଁ ଗତ ଜୁନ 15 ତାରିଖ ରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯଟକଙ୍କ ଖୋଲିଛି। ଦୀର୍ଘ ସାଢ଼େ ଚାରିମାସର ବ୍ୟବଧାନ ପରେ ପର୍ଯ୍ୟଟନ ୠତୁ ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଙ୍କ ଭିଡ଼ ଜମିଛି। ଶିମିଳିପାଳ ଅଭୟାରଣ୍ୟ ର ସୌନ୍ଦର୍ଯ୍ୟ କୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ଭିଡ଼ ଜମିଛି ପୀଠବଟା ଗେଟ ନିକଟରେ। ଆଜି ପ୍ରଥମ ଦିନରେ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି। ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।
ବାଇଟ-1-ଦିଲ୍ଲୀପ କୁମାର ମହାନ୍ତ-ପର୍ଯ୍ୟଟକ
ବାଇଟ-2-ସୌମ୍ୟ-ପର୍ଯ୍ୟଟକ
ବାଇଟ-3-ପର୍ଯ୍ୟଟକ
ତେବେ ପ୍ରତ୍ୟେକ ଦିନ ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ ପାଇଁ ସକାଳ 6 ଟା ରୁ 9 ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ ଦେଇ ସର୍ବାଧିକ 25 ଟି ଚାରିଚକିଆ ଯାନ ଓ ଜଶିପୁର ର କାଳିଆଣି ଗେଟ ରେ ସର୍ବାଧିକ 35 ଟି ଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହାତୀ ପିଠିରେ ବସି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଅଗ୍ରୀମ ବୁକିଙ୍ଗ କରି ରାତ୍ରି ଯାପନ କରିବା ସହ ୱଚ ଟାୱାର ରୁ ବନ୍ୟଜନ୍ତୁ କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ତେବେ ବିଗତ କିଛି ବର୍ଷ ମଧ୍ୟ ଆଜି ପ୍ରଥମ ଦିନରେ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟ କୁ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି ରେଞ୍ଜର। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି।
ବାଇଟ-4-ଉଗ୍ରସେନ ଜେନା-ରେଞ୍ଜ ଅଫିସର-ପିଠାବଟା ରେଞ୍ଜ

ବାଇଟ ଆଉ ପି ଟି ସି ଗୋଟିଏ ଫାଇଲ ରେ ଅଛିConclusion:PTC
Last Updated : Nov 1, 2019, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.