ETV Bharat / state

ଜଳୁଛି ଶିମିଳିପାଳ: ଏମପିଏଲରେ ବିଜେଡି ନେତାଙ୍କ ମଉଜ ମଜଲିସ, ବିରୋଧୀ କଲେ ସମାଲୋଚନା

author img

By

Published : Mar 10, 2021, 9:50 PM IST

ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ନିଆଁ ଲାଗିଥିବା ସମୟରେ ଶିମିଳିପାଳ ପାଦଦେଶ ଲୁଲୁଂ ଅରଣ୍ୟ ନିବାସରେ ବିଜେଡି ନେତା ମନ୍ତ୍ରୀଙ୍କ ମଉଜ ମଜଲିସ ଅଭିଯୋଗ । କ୍ରିକେଟ ଲିଗରେ ବ୍ଯସ୍ତ ବିଜେଡି ନେତା ମନ୍ତ୍ରୀ । ଏ ଭଳି ଅଭିଯୋଗ କରିଛନ୍ତ ବିଜେପି ନେତା । ଅଧିକ ପଢନ୍ତୁ...

Similipal fire issue
ଜଳୁଛି ଶିମିଳିପାଳ: ଏମପିଏଲରେ ବିଜେଡି ନେତାଙ୍କ ମଉଜ ମଜଲିସ, ବିରୋଧୀ କଲେ କଡା ସମାଲୋଚନା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ନିଆଁ ଲାଗିଥିବା ସମୟରେ ଶିମିଳିପାଳ ପାଦଦେଶ ଲୁଲୁଂ ଅରଣ୍ୟ ନିବାସରେ ବିଜେଡି ନେତା ମନ୍ତ୍ରୀଙ୍କ ମଉଜ ମଜଲିସ ଅଭିଯୋଗ । ବିରୋଧୀ କଲେ କଡା ସମାଲୋଚନା ।

ମୟୂରଭଞ୍ଜର ଗର୍ବ ଗୌରବ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ପ୍ରାୟ ଦୀର୍ଘ ଦୁଇ ସପ୍ତାହ ହେବ ଲାଗିଛି ନିଆଁ । ନିଆଁର ଆଁ ରେ ଜଳି ଜଳି ଚାଲିଛି ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଉତ୍ତର ଓ ଦକ୍ଷିଣ ଶିମିଳିପାଳର କୋର ଓ ବଫର ଏରିଆ । ନିଆଁ ଲିଭାଇବା ପାଇଁ ଉଭୟ ସରକାରୀ କର୍ମଚାରୀଙ୍କ ସହ ଲାଗିଛନ୍ତି ସ୍ବେଚ୍ଛାସେବୀ । ଏବେବି ନିଆଁର ଆଁ ରୁ ବର୍ତ୍ତିପାରିନି ପ୍ରକୃତି ସୁନ୍ଦରୀ ଶିମିଳିପାଳ । ଶିମିଳିପାଳ ଜଳୁଥିବା ବେଳେ ବିଜେଡି ପକ୍ଷରୁ ଆୟୋଜିତ ଏମପିଏଲ ଖେଳର ଫାଇନଲ ମ୍ୟାଚ ପାଇଁ ମୟୂରଭଞ୍ଜରେ ପହଞ୍ଚିଥିଲେ ବିଜେଡି ନେତା ଓ ମନ୍ତ୍ରୀ । ଆଉ ନେତା ଓ ମନ୍ତ୍ରୀଙ୍କ ପାଇଁ ରହଣିର ବ୍ୟବସ୍ଥା ହୋଇଥିଲା ଶିମିଳିପାଳ ପାଦଦେଶ ଅରଣ୍ୟ ନିବାସରେ । ବିରୋଧୀଙ୍କ ଅଭିଯୋଗ ଶିମିଳିପାଳ ଜଳୁଥିବା ବେଳେ ନେତା ଓ ମନ୍ତ୍ରୀ ମାନେ ମଉଜ ମଜଲିସରେ ବ୍ୟସ୍ତ ।ରାଜନୀତି ମଇଦାନରେ ବିଜେଡି ମୟୂରଭଞ୍ଜ ଜିଲ୍ଲାରେ ରହିଛି ଖରାପ ପ୍ରଦର୍ଶନ । ଆଉ ସେଥିପାଇଁ ଜିଲ୍ଲାର ଯୁବକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ଏମପିଏଲ । ଏମପିଏଲ ଖେଳର ଫାଇନଲ ମ୍ୟାଚ ପାଇଁ ମୟୂରଭଞ୍ଜରେ ଗତ ୬ ତାରିଖ ଦିନ ମୟୂରଭଞ୍ଜ ଗସ୍ତରେ ଆସିଥିଲେ ବିଜେଡିର ହେବିୱେଟ ନେତା ଓ ମନ୍ତ୍ରୀ ।

ଖାଲି ସେତିକି ନୁହେଁ ବିଜେଡି ମନ୍ତ୍ରୀ ଓ ବିଧାୟକ ବନାମ ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଉ ଦୁଇ ଦିନ ଧରି ବିଜେଡି ନେତା ଓ ମନ୍ତ୍ରୀ ମାନେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଲୁଲୁଂ ଅରଣ୍ୟ ନିବାସରେ ରହି ମଉଜ ମଜଲିସ ସହ ନାଚ ଗୀତରେ ମସଗୁଲ ଥିବା ବିଜେପି ବିଧାୟକ ଅଭିଯୋଗ କରିଛନ୍ତି । ତେବେ ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଆମେ ଭେଟିଥିଲୁ ବିଜେଡି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ । ତେବେ ସୁଦାମ ମାରାଣ୍ଡି ଆମ ପ୍ରଶ୍ନର ଉତ୍ତର ନ ଦେଇ କ୍ୟାମେରାରୁ ମୁହଁ ଫେରାଇ ନେଇଥିଲେ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ବେଳେ ବିଜେଡି ନେତାଙ୍କ ମସ୍ତିକୁ ସବୁ ମହଲରୁ ନିନ୍ଦା କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.