ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ସ୍ଥିତି ପରଖିଲେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି

author img

By

Published : Mar 9, 2021, 6:33 PM IST

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଆୟତ୍ତ କରାଯାଇପାରୁନାହିଁ । ତେବେ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସପି ଶିମିଳିପାଳ ପାଦଦେଶ ବାଙ୍ଗରିପୋଷି ରେଞ୍ଜ ଜଲଡ଼ିହା ଜଙ୍ଗଲରେ ସ୍ଥିତି ପରଖିଛନ୍ତି। ଅଧିକ ପଢନ୍ତୁ…

similipal fire burn, mayurbhanj collector and SP visit in spot
ଶିମିଳିପାଳ ଅଭୟାରଣ୍ୟରେ ସ୍ଥିତି ପରଖିଲେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରୁନାହିଁ । ତେବେ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସପି ଶିମିଳିପାଳ ପାଦଦେଶ ବାଙ୍ଗରିପୋଷି ରେଞ୍ଜ ଜଲଡ଼ିହା ଜଙ୍ଗଲରେ ସ୍ଥିତି ପରଖିଛନ୍ତି ।

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭାଇବାକୁ ଆଜିଠୁ ନିୟୋଜିତ ହୋଇଛନ୍ତି ଓଡ୍ରାଫ୍ ଟିମ୍। ବାଲେଶ୍ବର ଓ ବାରିପଦାରୁ ଓଡ୍ରାଫ ଟିମର ଏକ ୫୦ ଜଣିଆ ଟିମ୍ ଶିମିଳିପାଳର ଯଶିପୁର ଓ ପିଠାବଟା ରେଞ୍ଜରେ ପହଞ୍ଚିଛନ୍ତି । ଏହି ଟିମ୍ ନିଆଁ ଲିଭାଇବା ପାଇଁ ବିଭିନ୍ନ ସରଞ୍ଜାମ ସହ ଶିମିଳିପାଳରେ ନିଆଁ ଲାଗିଥିବା ବିଭିନ୍ନ ସ୍ଥାନକୁ ଯାଇ ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରିବେ । ସେହି ଭଳି ଶିମିଳିପାଳରେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାର ଖବର ଆସିଛି । ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ନେଇ ବନବିଭାଗ ବୈଠକରେ ଶିମିଳିପାଳ କ୍ଷେତ୍ର ନିର୍ଦେଶକ ଶିମିଳିପାଳ ଉପନିର୍ଦେଶକ ବାରିପଦା ରାଇରଙ୍ଗପୁର, କରଞ୍ଜିଆ ବନଖଣ୍ଡ ୩ ଡିଏଫଓ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରାଯାଇଛି। ଆଜି ନିଜେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏ ବନଅଧିକାରୀଙ୍କ ସହ ନିଆଁ ଲାଗିଥିବା ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ଏବଂ ନିଆଁ ଲଗାଇଥିବା ଲୋକ ଓ ଗ୍ରାମବାସୀଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ପାଇଁ କୁହାଯାଇଛି।

ସେପଟେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଏସପି ସ୍ମିଥ୍ ପୁରୁଷୋତ୍ତମ ଦାସ ବାଙ୍ଗିରିପୋଷି ରେଞ୍ଜ ର ଜଳଡିହା ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନ ବୁଲି ଦେଖିଥିଲେ । ଏହି ସମୟରେ ସ୍ଥାନୀୟ ସରପଞ୍ଚ , ବିଡ଼ିଓ,ତହସିଲଦାର ଏବଂ ପୋଲିସ ସହ ମଧ୍ୟ ଆଲୋଚନା କରି ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.