ETV Bharat / state

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର

author img

By

Published : Aug 5, 2021, 10:19 PM IST

ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ଥିବା ବାରିପଦାର ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି। ଅଧିକ ପଢନ୍ତୁ...

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀ ଶ୍ରୀ ହରିବଳଦେବ ଜିଉଙ୍କ ମନ୍ଦିର

ବାରିପଦା: ଦୀର୍ଘ ତିନି ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ଧର୍ମାନୁଷ୍ଠାନ। ମହାମାରୀ କରୋନା ପାଇଁ ବନ୍ଦ ରହିଥିବା ମୟୂରଭଞ୍ଜ ଜିଲ୍ଲା ମଠ ଓ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲାଯାଇଛି। ତେବେ ବାରିପଦାସ୍ଥିତ ଦ୍ବିତୀୟ ଶ୍ରୀ କ୍ଷେତ୍ର ରୂପେ ପରିଚିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି ।

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମଠ ମନ୍ଦିର ବନ୍ଦ ପଡିଥିଲା । ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ମଠ ମନ୍ଦିର ଖୋଲିବାକୁ ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନକୁ ଜିଲ୍ଲାର ପରିସ୍ଥିତି ଦେଖି ମଠ ମନ୍ଦିର ଖୋଲିବାର ନିଷ୍ପତ୍ତି ନେବାକୁ କୁହାଯାଇଥଲା । ତେଣୁ ଆଜିଠାରୁ ଖୋଲିଲା ବାରିପଦାର ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଓ ବାରିପଦାର ଅଧିଷ୍ଠିତ ଦେବୀ ମା’ ଅମ୍ବିକାଙ୍କ ଶକ୍ତିପୀଠ। ଏନେଇ ମନ୍ଦିର ସମସ୍ତ ସେବାୟତମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ଭକ୍ତଙ୍କ ମଧ୍ୟରେ ଖୁସିର ଭାବାବେଗ ସୃଷ୍ଟି ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.