ETV Bharat / state

ବିଜେଡିକୁ ଝଟ୍‌କା, ଇସ୍ତଫା ଦେଲେ ଜିଲ୍ଲା ଉପସଭାପତି ଇଶାନ ମିଶ୍ର - ରାଇରଙ୍ଗପୁର

ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା । ଇସ୍ତଫା ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଇଶାନ ମିଶ୍ରଙ୍କ ସମେତ ଶତାଧିକ ସକ୍ରିୟ କର୍ମୀ ଓ ନେତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 25, 2019, 3:52 AM IST

ରାଇରଙ୍ଗପୁର: ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟ୍‌କା । ଇସ୍ତଫା ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଇଶାନ ମିଶ୍ରଙ୍କ ସମେତ ଶତାଧିକ ସକ୍ରିୟ କର୍ମୀ ଓ ନେତା । ଯାହା ଦଳରେ ସୃଷ୍ଟି ହୋଇଥିବା ଫାଟକୁ ସ୍ପଷ୍ଟ କରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ମୟୂରଭଞ୍ଜ ତଥା ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ଉମା ସାମନ୍ତ ରାୟଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ଇଶାନ ଇସ୍ତପା ଦେଇଛନ୍ତି । ଏଥିପାଇଁ କେବଳ ଇଶାନ ନୁହେଁ ବରଂ ତାଙ୍କ ସହ ଶତାଧିକ ସକ୍ରିୟ ନେତା ଓ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ଜଣା ପଡିଛି । ତେବେ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି ପରେ ଇଶାନଙ୍କୁ ଦଳରେ ଅଣଦେଖା କରାଯାଉଥିବା ଏବଂ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟକଳାପ ଦ୍ବାରା ତାଙ୍କୁ ଅପମାନିତ କରାଯାଉଥିବା ପ୍ରକାଶ କରିଛନ୍ତି ଇଶାନ ।

ତେଣୁ ନିଜ ଆତ୍ମ ସମ୍ମାନକୁ ବଞ୍ଚାଇବା ପାଇଁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେବା କଥା କହିଛନ୍ତି । ଏହା ଆଗାମୀ ନିର୍ବାଚନରେ ଦଳକୁ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.