ETV Bharat / state

ଚକା ଫାଟିଯିବାରୁ ଓଲଟିଲା ଇନ୍ଦ୍ରାଣୀ ବସ, ୨୦ରୁ ଊର୍ଦ୍ଧ୍ବ ଆହତ - କୃଷ୍ଣଚନ୍ଦ୍ରପୁର ନିକଟରେ ଓଲଟିଲା ଇନ୍ଦ୍ରାଣୀ ବସ

ଚକା ଫାଟିଯିବାରୁ NH-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଇନ୍ଦ୍ରାଣୀ ବସ । ୨୦ରୁ ଅଧିକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

indrani bus overturned
indrani bus overturned
author img

By

Published : Mar 13, 2023, 8:07 AM IST

Updated : Mar 13, 2023, 8:43 AM IST

ଚକା ଫାଟିଯିବାରୁ ଓଲଟିଲା ଇନ୍ଦ୍ରାଣୀ ବସ

ରାଇରଙ୍ଗପୁର: ମୟୂରଭଞ୍ଜ କୃଷ୍ଣଚନ୍ଦ୍ରପୁର ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଲା ଇନ୍ଦ୍ରାଣୀ ବସ । ବସଟି ରାଇରଙ୍ଗପୁରରୁ ଭୁବନେଶ୍ବର ଆସୁଥିବା ବେଳେ କୃଷ୍ଣଚନ୍ଦ୍ରପୁରରେ ଓଲଟି ପଡିଥିବା ସୂଚନା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ସେଥିମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବ୍ୟକ୍ତି ୨ଜଣ ହେଉଛନ୍ତି ରମେଶ ଚନ୍ଦ୍ର ମୁର୍ମୁ ଏବଂ ଯଶବନ୍ତ ସୋରେନ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଇନ୍ଦ୍ରାଣୀ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତ୍ରି ପ୍ରାୟ ୧୨ଟା୩୦ ବେଳେ କୃଷ୍ଣଚନ୍ଦ୍ରପୁର ଫ୍ଲାଇ ଓଭର ନିକଟରେ ବସର ଆଗ ଚକା ଫାଟିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା ବସ । ଦୁର୍ଘଟଣାରେ ବସରେ ଥିବା ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ପୂର୍ବତନ ସାଂସଦଙ୍କ ପୋଷ୍ୟ ପଞ୍ଚାୟତର ବିକଳ ଚିତ୍ର, ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ

ବସଟି ଓଲଟି ପଡିବା ଦେଖି ପ୍ରଥମେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବେତନଟୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କେସିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଜଣ ଆହତମାନଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ୨ ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବାର ସୂଚନା ମିଳିଛି । ତେବେ ଗୁରୁତର ବ୍ୟକ୍ତି ୨ଜଣ ହେଉଛନ୍ତି ରମେଶ ଚନ୍ଦ୍ର ମୁର୍ମୁ ଏବଂ ଯଶବନ୍ତ ସୋରେନ । ସେପଟେ ଦୁର୍ଘଟଣାରେ ଓଲଟି ପଡିଥିବା ବସକୁ ଉଠାଇ ବେତନଟୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶଥାଉକି, ଗତକାଲି(ରବିବାର) ଅନୁଗୋଳରେ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ବାଇକକୁ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଥିଲା । ଦୁର୍ଘଟଣା ପରେ ରାସ୍ତାରୋକ ଠାରୁ ଆରମ୍ଭ କରି ପୋଲିସ ସହ ଗଣ୍ଡଗୋଳ କରିଥିଲେ ଲୋକେ । ଯାହାକୁ ନେଇ ୩ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Mar 13, 2023, 8:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.