ETV Bharat / state

ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା: କଣ୍ଟେନରକୁ ପଛରୁ ଧକ୍କା ଦେଲା ଘରୋଇ ବସ, ୧୫ ଯାତ୍ରୀ ଆହତ

ବାଙ୍ଗିରିପୋଷି ଘାଟିରେରେ କଣ୍ଟେନରକୁ ପଛରୁ ଧକ୍କା ଦେଲା ଘରୋଇ ବସ । ୧୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Mar 19, 2023, 7:40 AM IST

ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା
ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା
ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା

ରାଇରଙ୍ଗପୁର: ବାଙ୍ଗିରିପୋଷି ଘାଟିରେ ସଡକ ଦୁର୍ଘଟଣା । କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଏକ ଘରୋଇ ଯାତ୍ରୀ ବସ । ଦୁର୍ଘଟଣାରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାଙ୍ଗିରିପୋଷି ଘାଟିରେ ଘଟିଛି ଏହି ସଡ଼କ ଦୁର୍ଘଟଣା ।

ସୂଚନା ଅନୁଯାୟୀ, OD11H6715 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଜୟ ହନୁମାନ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିଲା । ତେବେ ପାଖାପାଖି ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାରିପଦା ଅଭିମୁଖେ ଯାତ୍ରା କରୁଥିଲା ଜୟ ହନୁମାନ ନାମକ ବସ୍ । ତେବେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବାଙ୍ଗିରିପୋଷି ଘାଟି ଦେଇ ଯାଉଥିବା ସମୟରେ ବସଟି ଭାରସାମ୍ୟ ହରାଇ NL01AE7302 ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ଏକ କଣ୍ଟେନରର ପଛକୁ ଧକ୍କା ଦେଇଥିଲା । ଫଳରେ ବସର ସାମ୍ନା ପଟ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖାପାଖି ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତମାନଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଡାକ୍ତରଖାନା ପଠାଇଥିଲେ । ଆହତମାନଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେପଟେ ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲା

ଏହା ମଧ୍ୟ ପଢନ୍ତୁ: Budget Session: ରାଜସ୍ବ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଅସନ୍ତୁଷ୍ଟ ବିରୋଧି, ସୋମବାର ଯାଏଁ ଗୃହ ମୁଲତବୀ

ପ୍ରକାଶଥାଉକି, ବାଙ୍ଗିରିପୋଷି ଘାଟି ରାସ୍ତାର ସଂପ୍ରସାରଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା ବେଳେ ଅଧିକାଂଶ ସମୟରେ ଆନ୍ଦୋଳନ ମଧ୍ୟରୁ ହୋଇ ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ହୋଇ ନ ପାରିବାରୁ ପ୍ରତିଦିନ ଏହି ଘାଟି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । କିଛି ଦିନ ପୂର୍ବରୁ ରାଇରଙ୍ଗପୁରରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଇନ୍ଦ୍ରାଣୀ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାତ୍ରି ପ୍ରାୟ ୧୨ଟା୩୦ ବେଳେ କୃଷ୍ଣଚନ୍ଦ୍ରପୁର ଫ୍ଲାଇ ଓଭର ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ଏଥିରେ ବସରେ ଥିବା ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ପରେ ବେତନଟୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.