ETV Bharat / state

ପେଟପାଟଣା ଚିନ୍ତାରେ ସେବାୟତ, ଆର୍ଥିକ ସହାୟତା ଦାବି - mayurbhanja lockdown

ଲକ ଡାଉନ ପାଇଁ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପାଇଁ ଲାଗିଛି ପ୍ରତିବନ୍ଧକ । ପେଟପାଟଣା ଚିନ୍ତାରେ ସେବାୟତ । ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି। ଅଧିକ ପଢନ୍ତୁ...

sevayat demands financial compensation
ପେଟପାଟଣା ଚିନ୍ତାରେ ସେବାୟତ,ଆର୍ଥିକ ସହାୟତା ଦାବି
author img

By

Published : May 13, 2020, 7:21 PM IST

ବାରିପଦା: କୋରୋନା ସଂକ୍ରମଣ ରୋକିବାକୁ ଦେଶରେ ଜାରି ରହିଛି ଲକ ଡାଉନ । ଫଳରେ ସରକାର ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ଲଗାଇଛନ୍ତି ରୋକ । ଯାହାର ସିଧାସଳଖ ପ୍ରଭାବ ପଡିଛି ମନ୍ଦିରର ପୂଜକ ଓ ସେବାୟତଙ୍କ ଉପରେ । ରୋଜଗାର ନପାଇ ହାତବାନ୍ଧି ବସିଛନ୍ତି ଜିଲ୍ଲାର ହଜାର ହଜାର ସେବାୟତ । ଭକ୍ତଙ୍କ ଦାନରେ ପରିବାର ପ୍ରତିପୋଷଣ କରୁଥିବା ସେବାୟତମାନେ ଆଗକୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ।

ପେଟପାଟଣା ଚିନ୍ତାରେ ସେବାୟତ,ଆର୍ଥିକ ସହାୟତା ଦାବି

ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ହରିବଳଦେଵଜୀଉଙ୍କ ସେବାରେ ନିୟୋଜିତ ୮୦ ରୁ ଅଧିକ ସେବାୟତଙ୍କ ପରିବାର ଏବେ ଦୁର୍ଦ୍ଦିନରେ । ଏନେଇ ପ୍ରଶାସନକୁ ବହୁବାର ଅଭିଯୋଗ କରାଯାଇଥିଲେ ସୁଧା କୈଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ସେବାୟତ ମାନେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.