ETV Bharat / state

ମୟୂରଭଞ୍ଜରେ ଆରମ୍ଭ ହେଲା ସେରୋ ସର୍ଭେ - Sero Survey started Mayurbhanj district

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ । RMRC ପକ୍ଷରୁ ବାରିପଦା ସହରରୁ ଆରମ୍ଭ ହେଲା ସର୍ଭେ । ଅଧିକ ପଢନ୍ତୁ...

ମୟୂରଭଞ୍ଜ ଆରମ୍ଭ ହେଲା ସେରୋ ସର୍ଭେ
ମୟୂରଭଞ୍ଜ ଆରମ୍ଭ ହେଲା ସେରୋ ସର୍ଭେମୟୂରଭଞ୍ଜ ଆରମ୍ଭ ହେଲା ସେରୋ ସର୍ଭେ
author img

By

Published : Sep 7, 2021, 10:45 AM IST

Updated : Sep 7, 2021, 6:41 PM IST

ବାରିପଦା: କୋରୋନା ସଂକ୍ରମଣର ୩ୟ ଲହର ଆଶଙ୍କା ମଧ୍ୟରେ ଆଜି (ସୋମବାର) ଠାରୁ ମୟୂରଭଞ୍ଜ ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ସର୍ଭେ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ବାରିପଦା ସହରରୁ ଏହି ସର୍ଭେ ଆରମ୍ଭ କରିଛି ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (RMRC)। କ୍ରମଶଃ ସମଗ୍ର ଜିଲ୍ଲାରେ ବୁଲି ଟେଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି ।

ମୟୂରଭଞ୍ଜ ଆରମ୍ଭ ହେଲା ସେରୋ ସର୍ଭେ

କୋଭିଡକୁ ପ୍ରତିରୋଧ କରିବା ପାଇଁ ଅନ୍ୟ ଶରୀର କେତେ ମାତ୍ରାରେ ପ୍ରସ୍ତୁତ, କୋଭିଡ ଟିକା ନେବା ପରେ ଆମ ଶରୀରରେ କିପରି କାର୍ଯ୍ୟ କରୁଛି ତଥା ଅନ୍ୟାନ୍ୟ ବିଭିନ୍ନ ବାବଦରେ ଟେଷ୍ଟ ହେବ। କୋଭିଡର ସାମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଏଥିପାଇଁ ବିଭିନ୍ନ ବୟସ ସୀମାର ବ୍ୟକ୍ତି ବିଶେଷ ଓ ସ୍ବାସ୍ଥ୍ୟକର୍ମୀଙ୍କ ନମୁନା ସଂଗ୍ରହ କରାଯାଉଛି । ସୋମବାର ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଛି । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ରୂପଭାନୁ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହି ସର୍ଭେ କାର୍ଯ୍ୟ ଜାରି ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 7, 2021, 6:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.