ETV Bharat / state

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - ମାରାଂ ବୁରୁ ବଞ୍ଚାଅ ଅଭିଯାନ

ଆଦିବାସୀ ସେଙ୍ଗେଲ ପକ୍ଷରୁ ବିକ୍ଷୋଭ । ମାରାଂ ବୁରୁ ବଞ୍ଚାଅ ଅଭିଯାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢ଼ନ୍ତୁ

Tribal sengel protest
ଆଦିବାସୀ ସେଙ୍ଗେଲ ଅଭିଯାନ
author img

By

Published : Jan 31, 2023, 9:09 AM IST

ଆଦିବାସୀ ସେଙ୍ଗେଲ ଅଭିଯାନ

ବାରିପଦା : ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀଙ୍କ ଈଶ୍ବର ମାରାଂ ବୁରୁ ଜାହେରା ଥାନ ବା ପୂଜାସ୍ଥଳକୁ ଜୈନ ସମାଜଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଝାଡ଼ଖଣ୍ଡ ସରକାର । ଏହା ଝାରଖଣ୍ଡ ସରକାରଙ୍କ ଚକ୍ରାନ୍ତ ଅଭିଯୋଗ କରି ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ବିରୋଧ କରାଯାଇଛି । ଆଦିବାସୀମାନଙ୍କ ଜହେରା ପୂଜାର୍ଚ୍ଚନାସ୍ଥଳୀର ଖୁବ ମହତ୍ତ୍ୱ ରହିଛି । ଝାରଖଣ୍ଡ ସରକାର ୫ ଜାନୁଆରୀରେ ଭାରତ ସରକାରଙ୍କୁ ପତ୍ର ଲେଖି ଉକ୍ତ ଜହେରା ସ୍ଥଳକୁ ଜୈନ ସମାଜଙ୍କୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ । ଏହା ଆଦିବାସୀମାନଙ୍କର ଧାର୍ମିକ ଭାବନା ଆଘାତ ଓ ତାଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଲୋକେ ।

ତେଣୁକରି ଜାହେରା ସ୍ଥଳ ଖାଲି କରିବା, ଅଷ୍ଟମ ଅନୁସୂଚିରେ ସାମିଲ ସାନ୍ତାଳୀ ଆଦିବାସୀ ଭାଷାକୁ ସମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ଓ ସାନ୍ତାଳୀ ଭାଷାକୁ ଝାରଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ପ୍ରଦାନ, ସାରନା ଧର୍ମ କୋଡ଼ ଲାଗୁ କରିବା, ଆସାମ ଓ ଆଣ୍ଡାମାନର ଆଦିବାସୀଙ୍କୁ ଅବିଳମ୍ବେ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି । ଏନେଇ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଆସି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

ଆଦିବାସୀ ସେଙ୍ଗଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନେତୃତ୍ବରେ ବାରିପଦା ସମେତ ଓଡିଶା, ଝାରଖଣ୍ଡ, ବିହାର, ବେଙ୍ଗଲ, ଆସାମ ଆଦି ୫ଟି ପ୍ରଦେଶର ୫୦ ଜିଲ୍ଲାରେ ଆନ୍ଦୋଳନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି । ଆଗାମୀ ୧୦ ଫେବ୍ରୁଆରୀ ସୁଦ୍ଧା ଦାବି ପୂରଣ ନହେଲେ ୧୧ ଫେବ୍ରୁଆରୀରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ, ଚକା ଜାମ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ କାଳୁରାମ ମୁର୍ମୁ, ମାଲହ ମାଣ୍ଡି, ପାନମଣି ହେମ୍ବ୍ରମ, ମାଧବ ଚନ୍ଦ୍ର ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ, ଚନ୍ଦନ କୁମାର ସୋରେନ, ବାହାଦୁର ମୁର୍ମୁ, ପିଥ ମାଝୀ ପ୍ରମୁଖ ସେଙ୍ଗେଲ କର୍ମକର୍ତ୍ତା ଓ ନେତାମାନେ ଉପସ୍ଥିତ ଥିଲେ ।

ନିକଟରେ ମୟୂରଭଞ୍ଜକୁ ଏକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଥିଲେ ଆଦିବାସୀ ଯୁବଗୋଷ୍ଠୀ । ଏହି ଦାବିକୁ ନେଇ ଆଦିବାସୀ ଯୁବକମାନେ ମୟୂରଭଞ୍ଜରୁ ଦିଲ୍ଲୀ ପର୍ଯ୍ୟନ୍ତ ୧୫୦୦ କିଲୋମିଟର ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରାରେ ଯୁବକମାନଙ୍କ କୌଣସି ରାଜନୈତିକ କି ନିଜସ୍ବ ସ୍ବାର୍ଥ ନାହିଁ ବୋଲି କହିଥିଲେ । ମୟୂରଭଞ୍ଜକୁ ଓଡ଼ିଶାଠାରୁ ଅଲଗା କରିବା ଝାଡଖଣ୍ଡ ଏବଂ ଛତିଶଗଡ଼ ପରି ଏକ ପୃଥକ ରାଜ୍ୟରେ ପରିଣତ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ଥିବା ଯୁବଗୋଷ୍ଠୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.