ETV Bharat / state

ରାଇରଙ୍ଗପୁରର ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ

ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ କରାଯାଇଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁରର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ

author img

By

Published : Nov 7, 2020, 1:51 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି ।

ସୂଚନା ମୁତାବକ, କୌଣସି ସୂତ୍ରରୁ ଖବରପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଓ ରାଖାସାହି ଗାଁରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା । ଏହି ସମୟରେ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହିତ ମୋଟ ୨୬୦୦ କିଗ୍ରା ମୋହୁଲ ପୋଚ ମଧ୍ୟ ନଷ୍ଟ କରାଯାଇଛି ।

ରାଇରଙ୍ଗପୁରର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ

ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢାଉ କରିଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.