ETV Bharat / state

ବାଲି ଚାଲାଣ ଉପରେ ରୋକ, ନଦୀ ପଠାରେ ଲାଗିଲା ୧୪୪ ଧାରା - ବେଆଇନ ଚୋରା ବାଲି ଚାଲାଣ

ବେଆଇନ ଚୋରା ବାଲି ଚାଲାଣ ରୋକିବାକୁ ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ତହସିଲ ଅଞ୍ଚଳର ଦୁଇଟି ଗ୍ରାମର ନଦୀ ପଠାରେ ଲାଗିଲା ୧୪୪ ଧାରା । ଅଧିକ ପଢ଼ନ୍ତୁ

section 144 imposed in sukruli for illegal sand transport
ବାଲି ଚାଲାଣ ଉପରେ ରୋକ, ନଦୀ ପଠାରେ ଲାଗିଲା ୧୪୪ ଧାରା
author img

By

Published : Nov 7, 2022, 1:42 PM IST

ରାଇରଙ୍ଗପୁର: ବାଲି ମାଫିଆଙ୍କୁ ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ । ମୟୂରଭଞ୍ଜ ଜିଲ୍ଲା ଶୁକୃଳି ତହସିଲ ଅଞ୍ଚଳର ଦୁଇଟି ଗ୍ରାମରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଦୀର୍ଘ ଦିନ ହେବ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗ୍ରାମର ନଦୀ ପଠାରୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା ।

ବାଲି ଚାଲାଣ ଉପରେ ରୋକ

ମୟୂରଭଞ୍ଜ ଜିଲ୍ଲାର ଶେଷ ସୀମାରେ ରହିଛି ଶୁକୃଳି ତହସିଲ ଅଞ୍ଚଳ । ଏହି ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ଏହାକୁ ଦମନ କରିବାକୁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶୁକୃଳି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମରେ ଲାଗୁ କରାଯାଇଛି ୧୪୪ ଧାରା । ତେବେ ବାଲି ମାଫିଆଙ୍କୁ ରୋକିବା ପାଇଁ କରଞ୍ଜିଆ ଉପଜିଲ୍ଲାପାଳ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶୁକୃଳି ବ୍ଲକ ଅନ୍ତର୍ଗତ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗ୍ରାମରେ ଦୀର୍ଘ ଦିନ ହେବ ବେଆଇନ ଭାବରେ ବାଲି ଚୋରି ହେଉଥିବାରୁ ଏହାକୁ ପ୍ରଶାସନ ଗୁରୁତ୍ୱ ସହ ନେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବାରିପଦା ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗ୍ରାମର ନଦୀ ପଠାରେ ନାଲି ଫିତା ଟାଙ୍ଗିବା ସହ ଦୁଇ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ତହସିଲଦାର ଜସ୍ନା ରାଣୀ ନାୟକ ଏବଂ ରରୁଆ ଥାନା ଅଧିକାରୀ ପହଞ୍ଚି ନାଲି ଫିତା ଲଗେଇବା ସହିତ ୧୪୪ ଧାରା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.