ବାରିପଦା: ବିବାଦରେ ଛନ୍ଦି ହେବାପରେ ଛୁଟିରେ ପଳେଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ । ବିଦ୍ୟାଳୟରେ ପଡିଛି ତାଲା । ଯାହା ଫଳରେ ରାସ୍ତାରେ ପଢିବାକୁ ବାଧ୍ୟ ହୋଇଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖୁବାକୁ ମିଳିଛି ଖୁଣ୍ଟା ବ୍ଳକ ଜଡାବଣୀ ପ୍ରାଥମିକ ବିଦ୍ୟାଳୟରେ ।
ଜଡାବଣୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମନୋରମା ବେହେରା ବିଭିନ୍ନ ବିବାଦରେ ଛନ୍ଦି ହୋଇଛନ୍ତି । ବିଦ୍ୟାଳୟ ପରିସରରେ ଥୁବା ଏକ ବହୁ ପୂରାତନ ଗଛକୁ ବିନା ଅନୁମତିରେ କାଟିବା ସହିତ ଉକ୍ତ କାଠକୁ ବିକ୍ରି କରିଛନ୍ତି । ଏହା ସହିତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ହେରଫେର କରିଛନ୍ତି ଯାହାକୁ ନେଇ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧୁକାରୀଙ୍କ ଠାରୁ ଆରମ୍ଭ କରି ଖୁଂଟା ଥାନାରେ ପ୍ରଧାନ ଶିଷୟିତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ମଧ୍ୟ ହେଇଛି । ଯାହାକୁ ନେଇ ଆଜି ପ୍ରଧାନ ଶିକ୍ଷୟତ୍ରୀ ହଠାତ୍ ଛୁଟି ନେଇଯାଇଥିବା ବେଳେ ସ୍କୁଲ ପରିଚାଳନା ଦାୟିତ୍ବ କାହାରିକୁ ପ୍ରଦାନ କରିନାହାନ୍ତି । ଫଳରେ ବିଦ୍ୟାଳୟର ଅନ୍ୟ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ପହଁଚିଥିବା ସହ ବିଦ୍ୟାଳୟ ବନ୍ଦ ଥିବା ଦେଖିବାକୁ ପାଇଥିଲେ ।
ପରେ ଅନ୍ୟ ଶିକ୍ଷୟିତ୍ରୀଙ୍କ ନିକଟରେ ବିଦ୍ୟାଳୟର ଚାବି ନଥିବା ବେଳେ ସେ ବିଦ୍ୟାଳୟ ଖୋଲିଥିଲେ । କିନ୍ତୁ ବିଦ୍ୟାଳୟ ପରିଚାଳନା ନେଇ ତାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇ ନ ଥୁବାରୁ ବିଦ୍ୟାଳୟରେ ତାଲା ମାରି ଦେଇଥିଲେ । ଏବଂ ଅଭିଭାବକମାନେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ନଆସିଲା ପର୍ଯ୍ୟନ୍ତ ସ୍କୁଲ ଖୋଲା ଯିବ ନାହିଁ କିମ୍ବା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ବସିବାକୁ ଦେଇ ନଥଲେ । ଛାତ୍ରଛାତ୍ରୀମାନେ ରାସ୍ତାରେ ବସି ପାଠ ପଢୁଥିବା ଦେଖୁବାକୁ ମିଳିଥିଲା। ଅନ୍ୟପଟେ ଖବର ପାଇ ଖୁଣ୍ଟା ଏବିଇଓ ଘଟଣା ସ୍କୁଲରେ ପହଂଚିବା ପରେ ବୁଝାସୁଝା କରିଥୁଲେ ସୁଦ୍ଧା କୌଣସି ସଫଳ ମିଳିପାରି ନଥିଲା । ଅନ୍ୟପଟେ ପ୍ରଧାନ ଶିକ୍ଷୟତ୍ରୀ ଚାରିମାସ ଛୁଟି ନେଇଥିବା ଅନ୍ୟ ଶିକ୍ଷୟିତ୍ରୀଙ୍କୁ କହିଥିବା ବେଳେ ଏ ନେଇ କୌଣସି ଲିଖିତ ଆକାରରେ ଜଣାଯାଇ ନଥିବା ଅଭିଯୋଗ ହୋଇଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ