ETV Bharat / state

୮ ଦଫା ଦାବିରେ ସ୍କୁଲ ଓ କଲେଜ ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କ ଆନ୍ଦୋଳନ - ବିକ୍ଷୋଭ ପ୍ରଦର୍ଶନ

ଓଡିଶା ସ୍କୁଲ ଓ ଶିକ୍ଷକ ବ୍ଲକ ଗ୍ରାଣ୍ଡ ସଂଘର ମୟୂରଭଞ୍ଜ ଶାଖା ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

୮ ଦଫା ଦାବି ନେଇ ସ୍କୁଲ ଓ କଲେଜ ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କ ଆନ୍ଦୋଳନ

author img

By

Published : Dec 8, 2022, 12:55 PM IST

ବାରିପଦା: 8 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ଓଡିଶା ସ୍କୁଲ ଓ ଶିକ୍ଷକ ବ୍ଲକ ଗ୍ରାଣ୍ଡ ଶିକ୍ଷକ ସଂଘ । ବୁଧବାର ଧାରଣାକୁ ଓହ୍ଲାଇ ବାରିପଦା ସ୍ଥିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସଂଘର ସଦସ୍ୟ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଶିକ୍ଷକ ସଂଘ ।

୮ ଦଫା ଦାବି ନେଇ ସ୍କୁଲ ଓ କଲେଜ ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କ ଆନ୍ଦୋଳନ

ଶିକ୍ଷକ ସଂଘର ଅଭିଯୋଗ ଅନୁଯାୟୀ ୨୦୦୪ ମସିହାରେ ନିଯୁକ୍ତି ହୋଇଥିବା ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କୁ ସରକାର ଅଣଦେଖା କରିଛନ୍ତି । ଏହାପରେ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ବ୍ଲକ ଗ୍ରାଣ୍ଡ ଉଚ୍ଛେଦ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ନିଷ୍ପତ୍ତିରେ ଅନେକ ତୃଟି ଥିବା ଦର୍ଶାଇଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ବ୍ଲକ ଗ୍ରାଣ୍ଡ ଉଚ୍ଛେଦ ନିଷ୍ପତ୍ତିରେ ଚାକିରି ସର୍ତ୍ତାବଳୀ ନ ଥିବା ବେଳେ ପୁରୁଣା ପେନସନର ସୁବିଧା ମଧ୍ୟ ନାହିଁ । ଯାହାକୁ ନେଇ ଧାରଣାକୁ ଓହ୍ଲାଇଥିଲା ସଂଘ ।

ଯଦି ଏ ସବୁ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓଡିଶା ସ୍କୁଲ ଓ ଶିକ୍ଷକ ବ୍ଲକ ଗ୍ରାଣ୍ଡ ଶିକ୍ଷକ ସଂଘର ସଦସ୍ୟ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.