ରାଇରଙ୍ଗପୁର: “ୟା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା – ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋଃ ନମଃ ।” ଆଜି ଧରାବତରଣ କରିଛନ୍ତି ମା' ଦୂର୍ଗା । ରାଇରଙ୍ଗପୁରର ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି ।
ସନ୍ଧ୍ୟା ସମୟରେ ବେଲ ଗଛ ମୂଳେ ମା' ଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯିବା ସହ ପୂଜା ମଣ୍ଡପରେ ବିଜେ କରାଯାଇଛି । ମା' ଙ୍କ ପୂଜା ତଥା ଦର୍ଶନ କରିବା ପାଇଁ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।
ରାଇରଙ୍ଗପୁର ସହରର ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତି ଶେଷ ହୋଇଯାଇଛି । ଶିଳ୍ପୀମାନେ ମଧ୍ୟ ମା'ଙ୍କୁ ଶେଷ ସ୍ପର୍ଶ ଦେଇଛନ୍ତି । ସହରର ବିଭିନ୍ନ ଦୂର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ରାଇରଙ୍ଗପୁରରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ